ନୂଆଦିଲ୍ଲୀ: ପୁଣିଥରେ ସାରା ବିଶ୍ୱକୁ ଡରାଇଲାଣି ମହାମାରୀ କରୋନା। ବିଭିନ୍ନ ଦେଶରେ ଏହା ଉଗ୍ର ରୂପେ ନେଇଛି। ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛନ୍ତି। ଭାରତରେ ଓମିକ୍ରନର ନୂଆ ଭାରିଏଣ୍ଟ ଏକ୍ସବିବି-୧.୫ ଚିହ୍ନଟ ହୋଇଛି। ଗୁଜରାଟରେ ଜଣେ ଆକ୍ରାନ୍ତଙ୍କ ପାଖରେ ଏହି ଭୂତାଣୁ ଠାବ କରାଯାଇଛି। ଏନେଇ ଇନସାକଗ୍ ସୂଚନା ଦେଇଛି। ଏହାକୁ ନେଇ ସତର୍କ ହୋଇ ପଡିଛନ୍ତି ଭାରତ ସରକାର।
କରୋନାକୁ ଦୃଷ୍ଟିରେ ରଖି ଜାରି ହୋଇଛି ନୂଆ କଟକଣା। ଏଣିକି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଚୀନ୍ ଓ ଅନ୍ୟ ୫ଟି ଦେଶରୁ ଯାତ୍ରୀ ଆସିଲେ, ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏହାସହ ମାସ୍କ ପିନ୍ଧିବା ଓ ଅନ୍ୟ କୋଭିଡ ସତର୍କତା ପାଳନ ଉପରେ ଜୋର ଦିଆଯାଉଛି।
ସେହିପରି କର୍ଣ୍ଣାଟକରେ ବିଦେଶ ଯାତ୍ରୀଙ୍କ ପାଇଁ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି। ଚୀନ୍, ଜାପାନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ ଓ ସିଙ୍ଗାପୁରରୁ ଆସୁଥିବା କୌଣସି ଯାତ୍ରୀଙ୍କ ଠାରେ ଯଦି ଜ୍ୱର, କାଶ, ଥଣ୍ଡା, କିମ୍ବା ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ତାଙ୍କୁ ଆଇସୋଲେଟ୍ କରାଯିବ ବୋଲି ନୂଆ ଗାଇଡଲାଇନ୍ରେ କୁହାଯାଇଛି। ଏହାପରେ ସେମାନଙ୍କୁ ୭ ଦିନ ଯାଏ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡିବ।
ଉଲ୍ଲେଖଯୋଗ୍ୟ, ଏକ୍ସବିବି-୧.୫ ଭାରିଏଣ୍ଟ ଯୋଗୁ ଆମେରିକାର ନ୍ୟୁୟର୍କରେ ଲଗାତର କରୋନା ମାମଲା ବଢ଼ି ଚାଲିଛି। ଏହି ଭୂତାଣୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ପୂର୍ବରୁ ଭାରତରେ ଏକ୍ସବିବି ଭାରିଏଣ୍ଟ ଚିହ୍ନଟ ହୋଇଛି। ହେଲେ ଏକ୍ସବିବି ୧.୫ ଫାଇଭ୍ ଠାବ କରାଯିବାର ଏହା ପ୍ରଥମ ଘଟଣା। ଚଳିତମାସ ଗୁଜରାଟରେ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣେ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ଇନସାକଗ୍ କହିଛି। ସେପଟେ ଚୀନରେ ବିଏଫ ସେଭେନ୍ ଭୂତାଣୁ ତାଣ୍ଡବ ରଚିଥିବା ବେଳେ ଭାରତ ସରକାର ସତର୍କ ହୋଇପଡ଼ିଛନ୍ତି।
The post ଏଣିକି ବିଦେଶରୁ ଆସିଲେ RTPCR ଟେଷ୍ଟ ବାଧ୍ୟତାମୂଳକ appeared first on Odisha Reporter.
from Odisha Reporter https://ift.tt/9LuodBl
No comments:
Post a Comment