ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବର୍ଷ ବି ଗଣତନ୍ତ୍ର ଦିବସ ପରେଡ୍ ବେଳେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ। ଭାରତ ସରକାରଙ୍କ ପକ୍ଷରୁ ୧୬ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ଅନୁମତି ମିଳିଛି। ଏହି ୧୬ ଟିକିଆ ତାଲିକାରେ ଓଡ଼ିଶାର ନାଁ ନାହିଁ। ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ପ୍ରଜ୍ଞାପନ ମେଢ଼ ବାବଦ ଚିଠିରେ ଓଡ଼ିଶାର ନାଁ ନାହିଁ।
ଓଡ଼ିଶା ପକ୍ଷରୁ ଦୁଇଟି ମଡେଲ୍ ପ୍ରଜ୍ଞାପନ ମେଢରେ ପାଇଁ ସ୍ଥାନ ଦେବାକୁ ପଠାଯାଇଥିଲା। ଏହି ଦୁଇ ମଡେଲ୍ ହେଲା ଶ୍ରୀଜଗନ୍ନାଥ ମନ୍ଦିର ଓ ମୁକ୍ତେଶ୍ୱର ମନ୍ଦିର। ତେବେ ଭାରତ ସରକାରଙ୍କ ଚୂଡ଼ାନ୍ତ ତାଲିକାରେ ଓଡ଼ିଶାର ଦୁଇଟି ଯାକ ମଡେଲକୁ ସ୍ଥାନ ଦିଆଯାଇନାହିଁ।
ପୂର୍ବରୁ ୨୦୧୬, ୨୦୧୭ ଓ ୨୦୨୦ରେ ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର ମଡେଲ। କିନ୍ତୁ ଏଥର ବି ବାଦ ପଡ଼ିବା ପରେ ଲଗାତାର ୩ ବର୍ଷ ଧରି ଓଡ଼ିଶାର ପ୍ରଜ୍ଞପନ ମେଢ଼ ଦିଲ୍ଲୀରେ ଦେଖିବାକୁ ମିଳିବ ନାହିଁ। ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି।
ଓଡ଼ିଶାର କଳାକୃତିକୁ ବାଦ୍ ଦେବା ଦୁଃଖର କଥା ବୋଲି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି। ସେହିପରି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ କହିଛନ୍ତି, ଦୁଇ ଦୁଇଟି ମଡେଲକୁ ବାଦ୍ ଦିଆଯିବା ଦୁଃଖର ବିଷୟ। ଏହା ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି।
The post ଏବର୍ଷ ବି ଓଡ଼ିଶା ନିରାଶ, ଗଣତନ୍ତ୍ର ଦିବସ ପରେଡ୍ରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ appeared first on Odisha Reporter.
from Odisha Reporter https://ift.tt/aSQ2p8D
No comments:
Post a Comment