ପ୍ରେମିକ ସହ ମିଶି ମା’ଙ୍କୁ ନିର୍ମମ ଭାବେ ହତ୍ୟା କଲା ୧୭ ବର୍ଷୀୟ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 29, 2022

ପ୍ରେମିକ ସହ ମିଶି ମା’ଙ୍କୁ ନିର୍ମମ ଭାବେ ହତ୍ୟା କଲା ୧୭ ବର୍ଷୀୟ ଝିଅ

ଥାଣେ: ଯେଉଁ ମା’ ସବୁ କଷ୍ଟ ସହି ଜନ୍ମ ଦେଇଥିଲା ଓ ସବୁ ଅଳି ଅଝଟ ସହି ବଡ଼ କରିଥିଲା ଶେଷରେ ପ୍ରେମ ପାଇଁ ସେହି ମା’କୁ ହତ୍ୟା କରିଛି ଝିଅ। ୧୭ ବର୍ଷୀୟ ଝିଅର ପ୍ରେମ ସମ୍ପର୍କକୁ ମା’ ବିରୋଧ କରୁଥିଲେ। ଏଥିପାଇଁ ଝିଅ ନିଜ ପ୍ରେମିକ ସହ ମିଶି ହତ୍ୟା ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି।

ମହାରାଷ୍ଟ୍ରର ମୁମ୍ବ୍ରାରେ ବୁଧବାର ରାତିରେ ପୁଲିସ୍‌ ଜଣେ ୩୭ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ଘଟଣାର ତଦନ୍ତ ପରେ ୩୭ ବର୍ଷୀୟ ମହିଳାଙ୍କୁ ତାଙ୍କ ଝିଅ ହିଁ ୨୨ ବର୍ଷୀୟ ପ୍ରେମିକ ସହ ମିଶି ହତ୍ୟା କରିଥିବା ଜଣାପଡ଼ିଛି। ସେହିପରି ଘଟଣା ପରେ ଫେରାର ହୋଯାଇଥିବା ଝିଅ ଓ ତା’ ପ୍ରେମିକକୁ ପୁଲିସ୍‌ ହାଜି ମଲାଙ୍ଗ ଅଞ୍ଚଳରୁ ଗୁରୁବାର ରାତିରୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ସବା ହାଶମି। ସେ ନିଜର ୩ ଝିଅଙ୍କ ସହ ମୁମ୍ବ୍ରାରେ ଥିବା ଅମୃତ ନଗର ଅଞ୍ଚଳରେ ରହୁଥିଲେ। ତାଙ୍କ ସ୍ୱାମୀ ନିଶା କାରବାର ଘଟଣାରେ ଗିରଫ ହୋଇ ୨ ବର୍ଷ ହେଲା ଜେଲରେ ରହିଛନ୍ତି। ସ୍ୱାମୀ ଜେଲରେ ଥିବାରୁ ସବା ସ୍ଥାନୀୟ ଅଞ୍ଚଳରେ ଟ୍ୟୁସନ କରି ପରିବାର ଚଳାଉଥିଲେ। ସମ୍ପର୍କୀୟମାନେ ବି ତାଙ୍କୁ ଆର୍ଥିକ ସହାୟତା କରନ୍ତି।

ପୁଲିସ୍‌ କହିଛି ଯେ ସବାଙ୍କ ବଡ଼ ଝିଅ ଜଣେ ପୁଅକୁ ପ୍ରେମ କରୁଥିଲା। ଏକଥା ଜାଣିବା ପରେ ସେ ଏହାକୁ ବିରୋଧ କରିଥିଲେ। ଯୁବକ ଜଣଙ୍କ ମଧ୍ୟ ଉକ୍ତ ଅଞ୍ଚଳରେ ରହୁଥିଲା। ସବାଙ୍କ ତାଗିଦ ସତ୍ତ୍ୱେ ଝିଅ ପ୍ରେମିକକୁ ଭୁଲି ନଥିଲା। ଏପରି କି ବେଳେବେଳେ ଯୁବକ ଜଣକ ରାତି ସମୟରେ ସବାଙ୍କ ଘରେ ରହି ଯାଉଥିଲା।

ଏହିକ୍ରମରେ ହତ୍ୟା ଘଟଣାର ପୂର୍ବ ରାତିରେ ବି ସେ ସବାଙ୍କ ଘରେ ରହିଥିଲା। ସବା ବାରମ୍ବାର ଝିଅର ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ। ଏଥିପାଇଁ ଅଧିକାଂଶ ସମୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏତେ କଥା ପରେ ମଧ୍ୟ ମଙ୍ଗଳବାର ରାତିରେ ଯୁବକ ଜଣକ ସବାଙ୍କ ଘରେ ରହିଥିଲା।

ବୁଧବାର ସକାଳୁ ସବା ଉଭୟଙ୍କୁ ଡାକି ତାଗିଦ କରିଥିଲେ। ଏଥିସହ ଗାଳିଗୁଲଜ ମଧ୍ୟ କରିଥିଲେ। ଏଥିରେ ରାଗି ଯାଇ ବୁଧବାର ଅପରାହ୍ନରେ ଝିଅ ଓ ତା’ ପ୍ରେମିକ ମିଳିତ ଭାବେ ସବାଙ୍କୁ କଇଁଚି ଓ ଛୁରୀ ଦ୍ୱାରା ଆକ୍ରମଣ କରି ହତ୍ୟା କରିଥିଲେ। ଅପରାଧ ଘଟାଇବା ପରେ ସେମାନେ ଡରି ଯାଇଥିଲେ।

ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ବାହାର ପଟୁ କବାଟ ଦେଇଥିଲେ ଓ ଫୋନ ଅଫ କରି କଲ୍ୟାଣରେ ଥିବା ହାଜି ମଲାଙ୍ଗ ଅଭିମୁଖେ ବାହାରି ଯାଇଥିଲେ। ସବାଙ୍କ ସହ ହଠାତ୍‌ ଯୋଗାଯୋଗ ବନ୍ଦ ହୋଇଯିବାରୁ ତାଙ୍କର ଜଣେ ସମ୍ପର୍କୀୟ ପଡ଼ୋଶୀଙ୍କୁ ଫୋନ କରି ଖବର ନେଇଥିଲେ।

ପଡ଼ୋଶୀ ଜଣଙ୍କ ଯେତେବେଳେ ସବାଙ୍କ ଘରକୁ ଯାଇଥିଲେ ସେତେବେଳେ ଘରେ ତାଲା ପଡ଼ିଥିଲା। ଏ ସମ୍ପର୍କରେ ପଡ଼ୋଶୀ ଜଣଙ୍କ ସବାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ। ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ତାଲା ଭାଙ୍ଗି ଭିତରକୁ ଯିବା କ୍ଷଣି ସବା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲା।

ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିବା ପରେ ସବାଙ୍କ ବଡ଼ ଝିଅ ଓ ପ୍ରେମିକଙ୍କୁ ଯୋଗାଯୋଗ କରିଥିଲା। ହେଲେ ସେମାନଙ୍କ ସମ୍ପର୍କରେ ଖବର ନ ମିଳିବାରୁ ସନ୍ଦେହ ବଢ଼ିଥିଲା। ସେମାନଙ୍କୁ ଟ୍ରାକ୍‌ କରି ପୁଲିସ୍‌ ଜେରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

The post ପ୍ରେମିକ ସହ ମିଶି ମା’ଙ୍କୁ ନିର୍ମମ ଭାବେ ହତ୍ୟା କଲା ୧୭ ବର୍ଷୀୟ ଝିଅ appeared first on Odisha Reporter.



from Odisha Reporter https://ift.tt/iGdfN3b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages