ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 23, 2022

ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୨ ବର୍ଷ ପାଇଁ ଘୋଷଣା ହୋଇଛି ସାହିତ୍ୟ ଏକାଡେମୀ ପୁରସ୍କାର। ମୋଟ ୨୩ଟି ଭାଷା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆରେ କବିତା ସଙ୍କଳନ ‘ଦୟାନଦୀ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଗାୟତ୍ରୀବାଳା ପଣ୍ଡା। ଏହି ସଙ୍କଳନରେ ମୋଟ ୬୪ଟି କବିତା ଥିବା ବେଳେ ସେଗୁଡ଼ିକ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ।

ଜଗତସିଂହପୁର ଜିଲ୍ଲାର ସାଦେଇପୁରରେ ୧୯୭୭ ମସିହାରେ ଜନ୍ମଗ୍ରହଣ କରିଥିବା ଗାୟତ୍ରୀବାଳାଙ୍କର ସାହିତ୍ୟର ବିଭିନ୍ନ ବିଭାଗରେ ୨୫ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ତା’ ମଧ୍ୟରେ ୧୨ଟି କବିତା ସଙ୍କଳନ, ଦୁଇଟି ଗଳ୍ପ ସଙ୍କଳନ, ଦୁଇଟି ଉପନ୍ୟାସ ଓ ଗୋଟିଏ ପ୍ରବନ୍ଧ ସଙ୍କଳନ ରହିଛି। ହିନ୍ଦୀ ଓ ଇଂରାଜୀ ଭାଷାରେ ତାଙ୍କର ୮ଟି ପୁସ୍ତକ ଅନୂଦିତ ହୋଇଛି। ତାଙ୍କର କବିତା ସଙ୍କଳନ ଗୁଡ଼ିକ ମଧ୍ୟରେ ରହିଛି- ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ, ଈଶ୍ୱର, ଅଣାୟତ୍ତ ଗାଁ, ଯେତିକି ଦିଶୁଚି ଆକାଶ ଓ ବାଘ ଇତ୍ୟାଦି। ୨୦୧୧ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ। ଏହା ସହିତ ଆହୁରି ଅନେକ ପୁରସ୍କାର ପାଇଛନ୍ତି। ୨୦୧୫ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ‘ରାଇଟର୍ସ-ଇନ୍-ରେସିଡେନ୍ସ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ସ୍ୱରୂପ ଗାୟତ୍ରୀବାଳା ପଣ୍ଡାଙ୍କୁ ୧ ଲକ୍ଷ ଟଙ୍କା ସହିତ ତାମ୍ରଫଳକ ପ୍ରଦାନ କରାଯିବ।


ସେହିପରି ସ୍ୱର୍ଗତ ମନୋଜ ଦାସଙ୍କ ‘ଅମୃତଫଳ’ ଉପନ୍ୟାସର ସଂସ୍କୃତ ଅନୁବାଦ ପାଇଁ ପ୍ରଫେସର ଗୋପବନ୍ଧୁ ମିଶ୍ରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପାଇଁ ବିଭିନ୍ନ ବର୍ଗରୁ ଗାୟତ୍ରୀବାଳା ପଣ୍ଡା ଓ ପ୍ରଫେସର ଗୋପବନ୍ଧୁ ମିଶ୍ରଙ୍କୁ ଅଭିନନ୍ଦନ ସୁଅ ଛୁଟିଛି।

The post ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର appeared first on Odisha Reporter.



from Odisha Reporter https://ift.tt/yzJh8CA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages