୨୪ ଡିସେମ୍ବର, ଶନିବାର: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 23, 2022

୨୪ ଡିସେମ୍ବର, ଶନିବାର: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ

ମେଷ:ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଆୟ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ହସଖୁସିରେ ଦିନଟି ଅତିବାହିତ ହେବ।

ବୃଷ: ଆୟବ୍ୟୟ ସମାନ ରହିବ। ପରିବାରରେ କୌଣସି କାରଣରୁ କଳହ ସ୍ଥିତି ଉପୁଜିପାରେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ।

ମିଥୁନ: ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ସହଯୋଗ ପାଇବ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପ ଯୋଗୁ ବିବାଦ ଉପୁଜିପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ କ୍ଷତି ସହିପାରନ୍ତି।

ସିଂହ: ବ୍ୟବସାୟରେ ଭଲ ଲାଭ ହେବ। ଆଶା ପୂରଣ ହେବା ଓ ମନ ଶାନ୍ତ ରହିବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ।

କନ୍ୟା:କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଘର ପାଇଁ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପରିବାରରେ କଳହ ଦେଖାଯିବ। ତେଣୁ ମନ ଅଶାନ୍ତ ରହିବ।

ତୁଳା: ବିଭିନ୍ନ ସମସ୍ୟା ଯୋଗୁ ମାନସିକ ଅସ୍ଥିରତା ଦେଖା ଦେବ। ବ୍ୟବସାୟରେ ଲାଭକ୍ଷତି ସମାନ ରହିବ। ମହିଳାମାନେ ଧର୍ମପରାୟଣ ହେବେ।

ବିଛା: ବନ୍ଧୁବାନ୍ଧବଙ୍କ ଅସହଯୋଗ ଯୋଗୁଁ ମାନସିକ ଅଶାନ୍ତି ପାଇବେ। ବ୍ୟବସାୟରେ କ୍ଷତି ହୋଇପାରେ, ତେଣୁ ସତର୍କ ରୁହନ୍ତୁ।

ଧନୁ: ସମସ୍ତଙ୍କ ସହଯୋଗ ପାଇ ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ପରିବାରରେ ଶାନ୍ତିଶୃଙ୍ଖଳା ବଜାୟ ରହିବ।

ମକର: ଆଶା କରୁଥିବା ଦିଗରୁ ସଫଳତା ପାଇବେ। ତେଣୁ ମାନସିକ ଶାନ୍ତି ପାଇବେ। ଶତ୍ରୁ ଉପରେ ବିଜୟ ଲାଭ କରିବେ।

କୁମ୍ଭ: ବ୍ୟବସାୟରେ କ୍ଷତି ଯୋଗୁ ମନ ଭଲ ରହିବ ନାହିଁ। ଗୁପ୍ତଶତ୍ରୁମାନେ ହଇରାଣ କରିପାରନ୍ତି। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ।

ମୀନ: ସତର୍କତାର ସହିତ ସବୁ କାର୍ଯ୍ୟ କରନ୍ତୁ। ବାଧାବିଘ୍ନ ଉପୁଜିପାରେ। ଦୁର୍ଘଟଣା ଜନିତ କ୍ଷୟକ୍ଷତି ଆଶଙ୍କା ରହିଛି।

The post ୨୪ ଡିସେମ୍ବର, ଶନିବାର: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ appeared first on Odisha Reporter.



from Odisha Reporter https://ift.tt/cSvQXwY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages