ଆନ୍ଦୋଳନକୁ ନେଇ ୟୁ-ଟର୍ଣ୍ଣ ମାରିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 22, 2022

ଆନ୍ଦୋଳନକୁ ନେଇ ୟୁ-ଟର୍ଣ୍ଣ ମାରିଲା ବିଜେପି

ଜୟପୁର: ରାଜନୀତି ଅପେକ୍ଷା ଲୋକ ଆମ ପାଇଁ ଆଗ। ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏମିତି କେତେ କଥା କହିବା ସହ କରୋନା ସଂକ୍ରମଣର ଦ୍ୱାହି ଦେଇ ବିଜେପି ରାଜସ୍ଥାନରେ ଜାରି ରଖିଥିବା ଜନ ଆକ୍ରୋଶ ଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲ ଓ ସୋଶାଲ ମିଡିଆରେ ପ୍ରଶଂସା ମଧ୍ୟ କରାଯାଇଥିଲା। ହେଲେ ଘୋଷଣା କରି ପ୍ରଶଂସା ପାଇଥିବା ବିଜେପି ଏବେ ୟୁ-ଟର୍ଣ୍ଣ ନେଇଛି।

ଦଳ ପୂର୍ବଭଳି ରାଜସ୍ଥାନରେ ଜନ ଆକ୍ରୋଶ ଯାତ୍ରା ଜାରି ରଖିବ ବୋଲି କହିଛି। ଯୋଜନା ମୁତାବକ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନ ସମାବେଶ କରାଯିବ। ତେବେ ଏହି ସମୟରେ କୋଭିଡ-୧୯ ପ୍ରୋଟକଲକୁ ଦଳ ଲାଗୁ କରିବ। ହେଲେ ଆନ୍ଦୋଳନ ବନ୍ଦ ହେବନି ବୋଲି ବିଜେପି ସ୍ପଷ୍ଟ କରିଛି।

ବିଜେପିର ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି, ଜନ ଆକ୍ରୋଶ ଯାତ୍ରାକୁ ନେଇ କିଛି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏବେ ଏହା ଦୂର ହୋଇଯାଇଛି। ଜନ ଆକ୍ରୋଶ ସଭା ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ। ଜନ ଆକ୍ରୋଶ ଯାତ୍ରା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ଡିସେମ୍ବର ୧ରୁ ଆରମ୍ଭ ହୋଇଥିଲା। ଆମେମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨ କୋଟି ଲୋକଙ୍କ ପାଖରେ ପହଞ୍ଚିଛୁ।

ଏଯାଏ ଜନ ଆକ୍ରୋଶ ସଭା ୪୧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ନେଇ କୌଣସି ପ୍ରକାରର ଗାଇଡଲାଇନ ଜାରି ହୋଇନି। ତେଣୁ ଆମ ଆନ୍ଦୋଳନକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି।

ଆମର ସାଧାରଣ ସଭା ପୂର୍ବଭଳି ଜାରି ରହିବ। ସମସ୍ତ ସାଧାରଣ ସଭାରେ କୋଭିଡ ପ୍ରୋଟକଲକୁ ପାଳନ କରାଯିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ନ ହେବା ଯାଏ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ଆସନ୍ତାବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଏବେ ଠାରୁ ହିଁ ତା’ର ରଣନୀତି ପ୍ରସ୍ତୁତ କରିଛି। ଏଥିପାଇଁ କଂଗ୍ରେସ ସରକାର ବିରୋଧରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଡିସେମ୍ବର ୧ରୁ ରାଜସ୍ଥାନରେ ଜନ ଆକ୍ରୋଶ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ଏକାଠି ହୋଇ ସରକାରଙ୍କ ବିଫଳତା ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି।

ତେବେ ବିଶ୍ୱରେ ବିଭିନ୍ନ ପ୍ରାନ୍ତରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଓ ଭାରତରେ ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଠାବ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା। ସରକାର ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ଗୁରୁବାର ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ କହିଥିଲେ ଯେ “କୋଭିଡ ୧୯ର କେସ ବଢ଼ୁଥିବାରୁ ବିଜେପି ରାଜସ୍ଥାନରେ ଆରମ୍ଭ କରିଥିବା ଜନ ଆକ୍ରୋଶ ଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ବିଜେପି ପାଇଁ ରାଜନୀତି ଅପେକ୍ଷା ଲୋକମାନେ ଆଗ। ଆମ ପାଇଁ ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।”

ଏହାର ଦିନକ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭାରତ ଯୋଡ଼ୋ ଯାତ୍ରା ବେଳେ କୋଭିଡ୍‌ ନିୟମ ପାଳନ କରିବାକୁ ଚିଠି ଲେଖିଥିଲେ। ସେ କହିଥିଲେ ଯେ ଭାରତ ଯୋଡ଼ୋ ଯାତ୍ରା ବେଳେ ସମସ୍ତେ ମାସ୍କ ପିନ୍ଧିବା ସହ ସାନିଟାଇଜରର ବ୍ୟବହାର କରନ୍ତୁ। ତେବେ ଭାରତ ଯୋଡ଼ୋ ଯାତ୍ରାର ଲୋକପ୍ରିୟତା ବଢ଼ୁଥିବାରୁ ବିଜେପି ସତ୍ୟକୁ ଡରୁଛି ଓ ଏଥିପାଇଁ କରୋନା ଆଳନରେ ଏହାକୁ ବନ୍ଦ କରିବାକୁ ଚାହୁଁଛି ବୋଲି କଂଗ୍ରେସ କହିଛି।

The post ଆନ୍ଦୋଳନକୁ ନେଇ ୟୁ-ଟର୍ଣ୍ଣ ମାରିଲା ବିଜେପି appeared first on Odisha Reporter.



from Odisha Reporter https://ift.tt/CjfXWTB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages