ହିନ୍ଦୁ ଶାସ୍ତ୍ରରେ ଦେବାଦେବୀଙ୍କୁ ଘରେ ଓ ମନ୍ଦିରରେ ରଖି ପୂଜା ପାଠ କରାଯାଇଥାଏ। ଏହାଦ୍ୱାରା ତାଙ୍କ ଆଶିଷ ଓ କୃପା ମିଳିଥାଏ। ଯାହାକୁ ଆମେ ଭଗବାନ ରୂପେ ପୂଜା କରିଥାନ୍ତି, ଆଜିର ମଣିଷ ସମାଜ ସେହି ଦେବାଦେବୀକୁ ଅସମ୍ମାନ କରିବାକୁ ପଛାଉ ନାହିଁ। କେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କୁ ଗାଡ଼ି ପଛରେ ବାନ୍ଧି ନେ଼ଇ ଯାଉଛି ତ ଆଉ କେତେବେଳେ ବଜ୍ରରଙ୍ଗବାଲିଙ୍କୁ ଜନିଷପତ୍ର ବୋହି ନେଲା ଭଳି ଗାଡ଼ି ପଛରେ ବାନ୍ଧି ବୋହି ନେଇଯାଉଛି। ଏପରି ସମାନ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା ସାହାରପଡା ରାସ୍ତାରେ।
କେନ୍ଦୁଝର ସହରରେ ପଡ଼ିଥିବା ମେଳା ସରିବା ପରେ ଦୋଳି ମାଲିକ ଜନିଷ ପତ୍ର ଗାଡ଼ିରେ ଲଦି ଗତକାଲି କରଞ୍ଜିଆ ନେଇ ଯାଉଥିଲା। ଏହି ଦୋଳିରେ ହନୁମାନଙ୍କ ମୂର୍ତ୍ତି ସ୍ଥାପନା କରାଯାଇଥିଲା। ହନୁମାନଙ୍କ ମୂର୍ତ୍ତିକୁ ମଧ୍ୟ ଦୋଳି ସାମଗ୍ରୀ ସହ ବାନ୍ଧି ନିଆ ଯାଉଥିଲା। ଦୋଳି ଜିନିଷ ରଖା ଯାଇଥିବା ପଛରେ ହନୁମାନଙ୍କୁ ଏକ ଦୌଡ଼ିରେ ବନ୍ଧା ଯାଇ ନିଆଯାଉଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଗାଡ଼ିଟିକୁ ରାସ୍ତାରେ ଅଟକାଇ ବିରୋଧ କରିଥିଲେ। ଠାକରଙ୍କୁ ଗାଡ଼ି ଭିତରେ ରଖି ନେବାକୁ ପରାମର୍ଶ ଦେଇଥିଲେ। ଏପରି ଘଟଣାକୁ ବ୍ରଜରଙ୍ଗବାଲି ଦଳ ତୀବ୍ର ନିନ୍ଦା କରିଛନ୍ତି।
ବାରମ୍ବାର ବାରମ୍ବାର ଠାକୁରଙ୍କୁ ଅସମ୍ମାନ କରାଯାଉଥିବାରୁ ବୃଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ, କିଛି ମାସ ତଳେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାଉଁଶ ଓ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ରେ ଅସମ୍ମାନଜନକ ଢଙ୍ଗରେ ଲଦି ନେବାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସଂପୃକ୍ତ ଟେଣ୍ଟହାଉସ୍ର ମାଲିକ ଏବଂ କର୍ମଚାରୀମାନେ କ୍ଷମା ମାଗିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mydfxL0
No comments:
Post a Comment