ତାମିଲନାଡ଼ୁର ମଦୁରାଇରେ ଗତକାଲି ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ହିନ୍ଦୁବାଦୀ ନେତାଙ୍କୁ କିଛି ଦୁର୍ବୃତ୍ତ ବିଚ୍ ରାସ୍ତାରେ ଅଟକାଇ ହାଣି ପକାଇଛନ୍ତି। ହତ୍ୟାକାଣ୍ଡ ଘଟାଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି। ମୃତ ହିନ୍ଦୁବାଦୀ ନେତାଜଣକ ହେଲେ ମଣିକନ୍ଦନ ।
ମଣିକନ୍ଦନ ‘ହିନ୍ଦୁ ମକ୍କଲ କାଚି’ ନାମକ ହିନ୍ଦୁବାଦୀ ସଙ୍ଗଠନର ଦକ୍ଷିଣ ଜିଲ୍ଲାର ଉପ ପ୍ରମୁଖ ଭାବେ କାର୍ଯ୍ୟ ତୁଲାଉଥିଲେ। ମଣିକନ୍ଦନ ମଙ୍ଗଳବାର ରାତିରେ ରାସ୍ତାରେ ଯାଉଥିବା ବେଳେ ହଠାତ୍ ମାରଣାସ୍ତ୍ର ସହ ଆସିଥିବା କିଛି ଯୁବକ ତାଙ୍କୁ ଅଟକାଇଥିଲେ। ଏହାପରେ ବିଚ୍ ରାସ୍ତାରେ ସେମାନେ ମଣିକନ୍ଦନଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ।
ଫଳରେ ଅଧିକ ରକ୍ତସ୍ରାବ ହେତୁ ମଣିକନ୍ଦନ ରାସ୍ତାରେ ପଡ଼ି ଛଟପଟ ହୋଇଥିଲେ ଏବଂ କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହା ଦେଖି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିତଇବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରିନି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ଏହିପରି ଏକ ହତ୍ୟାକାଣ୍ଡ ଗତବର୍ଷ କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଘଟିଥିଲା। ଉକ୍ତ ଘଟଣାରେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନେଟ୍ଟାରୁଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହାର ତଦନ୍ତ କରିବାକୁ ଯାଇ ପୁଲିସ୍ ପ୍ରାୟ ୩୩ଟି ସ୍ଥାନରେ ରେଡ୍ କରିଥିଲା। ବେଲ୍ଲାରୀରେ ଜଣେ ମୁସଲମାନ ଯୁବକଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଏହି ହତ୍ୟାକାଣ୍ଡ ଘଟା ଯାଇଥିବା ହିନ୍ଦୁ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା। ଏବେ ପୁଣି ବର୍ଷେ ପରେ ଏପରି ଏକ ଘଟଣା ଘଟିଥିବାରୁ ଏହାକୁ ନେଇ ରାଜନୀତି ସରଗରମ ହେବା ଆଶଙ୍କା ଦେଖାଦେଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/owD5sWc
No comments:
Post a Comment