ଦୁର୍ବୃତ୍ତର ଲୁହା ରଡ୍ ଆକ୍ରମଣରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। ବଲାଙ୍ଗିର ସହରର ଶାନ୍ତିପଡାରେ ଗତକାଲି ସନ୍ଧ୍ୟାରେ ଏପରି ଘଟଣା ଘଟିଛି। ଆହତମାନେ ହେଲେ ମମତା ମେହେର, ତାଙ୍କ ଭଉଣୀ ଆରାଧନା ମେହେର ଓ ମମତାଙ୍କ ଦେଢ଼ ବର୍ଷର ଝିଅ ଶ୍ରୀୟା ମେହେର। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ସନ୍ଧ୍ୟାରେ ଜଣେ ଦୃବୁର୍ତ୍ତ ଆସି ମମତାଙ୍କ କବାଟ ବାଡେଇ ଥିଲା। ମମତା କବାଟ ଖୋଲିବା ପରେ ଦୁର୍ବୃତ୍ତ ଜଣଙ୍କ ତିନିଜଣଙ୍କୁ ଲୁହା ରଡ୍ରେ ପିଟି ଥିଲା। ପାଟିତୁଣ୍ଡ ଶୁଣି ପଡ଼ୋଶୀମାନେ ଧାଇଁ ଆସିବାରୁ ଦୁର୍ବୃତ୍ତ ଜଣକ ଫେରାର ମାରିଥିଲା। ଗୁରୁତର ତିନିଜଣଙ୍କୁ ପଡୋଶୀ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ଘରେ ମମତାଙ୍କ ସ୍ୱାମୀ ନଥିଲେ।
କାହିଁକି ଦୁର୍ବୃତ୍ତ ଜଣଙ୍କ ମମତାଙ୍କ ଘରେ ପଶି ଆକ୍ରମଣ କଲେ ତାର କାରଣ ଜଣାପଡିନାହିଁ। ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତ ଜଣଙ୍କ ଏପରି କାଣ୍ଡ ଭିଆଇଛି ନା ଆଉ କିଛି କୌଣସି ଉଦ୍ଦେଶ୍ୟ ଥିଲା ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତତନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/SFfIdGA
No comments:
Post a Comment