ଏଇଟା କ’ଣ ଇଂଲଣ୍ଡ? ଭାଷଣରେ ଇଂରାଜୀ ଶବ୍ଦର ବ୍ୟବହାର କରୁଥିବାରୁ ଚାଷୀଙ୍କୁ ତାଗିଦ କଲେ ନୀତୀଶ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 22, 2023

ଏଇଟା କ’ଣ ଇଂଲଣ୍ଡ? ଭାଷଣରେ ଇଂରାଜୀ ଶବ୍ଦର ବ୍ୟବହାର କରୁଥିବାରୁ ଚାଷୀଙ୍କୁ ତାଗିଦ କଲେ ନୀତୀଶ କୁମାର

ନିଜ ଭାଷଣରେ ଏକାଧିକ ଇଂରାଜୀ ଶବ୍ଦ ବ୍ୟବହାର କରିବାରୁ ମଞ୍ଚ ଉପରେ ବାରମ୍ବାର ଜଣେ ଚାଷୀଙ୍କୁ ତାଗିଦ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଚାଷୀ ଜଣଙ୍କ ଅନେକ ସଂଘର୍ଷ କରି ଚାଷ କ୍ଷେତ୍ରରେ ସଫଳତା ପାଇଥିବା ବେଳେ ସମସ୍ତଙ୍କୁ ନିଜ ଜୀବନ ବିଷୟରେ ଅବଗତ କରାଉଥିଲେ। ହେଲେ ମଞ୍ଚ ଉପରେ ରହି ସେ ଅନେକ ଇଂରାଜୀ ଶବ୍ଦ ବ୍ୟବହାର କରୁଥିବାରୁ ଏହାକୁ ନାପସନ୍ଦ କରିଛନ୍ତି ନୀତୀଶ। ଏଥିସହ ଏଇଟା କ’ଣ ଇଂଲଣ୍ଡ ବୋଲି ସର୍ବସମ୍ମୁଖରେ ସେ ଭାଷଣ ଦେଉଥିବା ଚାଷୀଙ୍କୁ ପ୍ରଶ୍ନ କରିଛନ୍ତି।

ଭାଷଣ ଦେଉଥିବା ଚାଷୀ ଜଣଙ୍କ ହେଉଛନ୍ତି ଲଖିସରାଇର ଅମିତ କୁମାର। ରାଜ୍ୟ ସରକାର ‘୪ର୍ଥ କୃଷି ରୋଡମ୍ୟାପ୍‌’ର ଉଦଘାଟନ ପାଇଁ ବାପୁ ସଭାଘର ଅଡିଟୋରିୟମରେ ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସମ୍ବୋଧନ କରିଛନ୍ତି। ଅମିତ କୁମାର ନିଜ ଭାଷଣ ଆରମ୍ଭରୁ ଚାଷ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗାଇ ଦେଇଥିବା ସହାୟତାକୁ ପ୍ରଶଂସା କରିଥିଲେ।

ଅମିତ କୁମାର ମ୍ୟାନେଜମେଣ୍ଟରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିବା ପରେ ପୁଣେରେ ଚାକିରି କରୁଥିଲେ। ହେଲେ ଏହାକୁ ଛାଡ଼ି ସେ ନିଜ ପୈତୃକ ଜମିରେ ଚାଷ କରୁଛନ୍ତି। ସେ ଏଠାରେ ଛତୁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଜଣେ କୃଷି ଉଦ୍ୟୋଗୀ ଭାବେ ମଧ୍ୟ ପରିଚୟ ହାସଲ କରିଛନ୍ତି। ଏସବୁ କଥା କହିବା ବେଳେ ଅମିତ କୁମାର ବାରମ୍ବାର ଇଂରାଜୀ ଶବ୍ଦ ବ୍ୟବହାର କରୁଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଷଣ ମଝିରେ ତାଙ୍କୁ ଅଟକାଇଥିଲେ।

ତାଙ୍କୁ ଦାଗିଦ କରି ବିନା ମାଇକରେ ସେ କହିଥିଲେ ଯେ “ଏଠାରେ ଏତେ ସବୁ ଇଂରାଜର ଶବ୍ଦ ବ୍ୟବହାର କରିବାର ଅର୍ଥ କ’ଣ? ଏଇଟା କ’ଣ ଇଂଲଣ୍ଡ? ଆପଣ ବିହାରରେ କାମ କରୁଛନ୍ତି। ଚାଷ ଜଣେ ସାଧାରଣ ଲୋକର କାମ। ଆପଣଙ୍କୁ ଏଠାରେ ନିଜର ଅଭିଜ୍ଞତା ଓ ପରାମର୍ଶ ଦେବାକୁ ଡକା ଯାଇଛି। ହେଲେ ଆପଣ ଇଂରାଜୀ ଶବ୍ଦର ବ୍ୟବହାର କରୁଛନ୍ତି। ଏଇଟା ଭାରତ ଓ ଏଇଟା ବିହାର।”

ନୀତୀଶ କୁମାର ମାତୃଭାଷାକୁ ଗୁରୁତ୍ୱ ଦେଉଥିବାରୁ ସେଠାରେ ଉପସ୍ଥିତ ଲୋକମାନେ ଏହାକୁ କରତାଳି ଦ୍ୱାରା ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆହୁରି କହିଛନ୍ତି, “କୋଭିଡ ଯୋଗୁ ଲାଗୁ ଲକଡାଉନ ପାଇଁ ଅନେକ ଲୋକ ସ୍ମାର୍ଟଫୋନର ଅଭ୍ୟସ୍ତ ହୋଇଯାଇଛନ୍ତି। ସେମାନେ ସ୍ମାର୍ଟଫୋନ ବ୍ୟବହାର କରି ନିଜ ମାତୃଭାଷାକୁ ଭୁଲିବାକୁ ବସିଲେଣି।”

ନୀତୀଶ କୁମାରଙ୍କ ତାଗିଦ ପରେ ପୁଣି ଅମିତ କୁମାର ଭାଷଣ ଆରମ୍ଭ କରିଥିଲେ। ଏହି ସମୟରେ ସେ ‘ଗଭର୍ଣ୍ଣମେଣ୍ଟ ସ୍କିମ’ ଶବ୍ଦର ବ୍ୟବହାର କରିଥିଲେ। ଏହା ଶୁଣି ନୀତୀଶ କୁମାର ପୁଣି ତାଙ୍କୁ ଅଟକାଇ ଥିଲେ। ସେ କହିଥିଲେ, “ଏଇଟା କ’ଣ? କ’ଣ ଆପଣ ସରକାରୀ ଯୋଜନା କହିପାରିବେ ନାହିଁ। ମୁଁ ପ୍ରଶିକ୍ଷଣ ପାଇଥିବା ଇଞ୍ଜିନିୟର। ମୋର ତାଲିମ ଇଂରାଜୀରେ ହୋଇଥିଲା।

କିନ୍ତୁ ଶୈକ୍ଷିକ କ୍ଷେତ୍ରେ ଭାଷାର ବ୍ୟବହାର କରିବା ଅଲଗା କଥା। ଆପଣଙ୍କୁ ଆପଣଙ୍କ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କରିବା କ’ଣ ଦରକାର?” ଅମିତ କୁମାର ଶେଷରେ ‘ସରି’ କହି ନିଜର ଭାଷଣ ଆରମ୍ଭ କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/nCQalGo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages