ବଢ଼ିଲା ଉତ୍ତରପ୍ରଦେଶର ଲୋକ ଗାୟିକା ତଥା ‘ୟୁପି ମେଁ କା ବା’ ଫେମ୍ ସିଙ୍ଗର ନେହା ସିଂହ ରାଥୋର୍ ଙ୍କ ଅଡୁଆ। ୟୁପି ପୁଲିସ ତାଙ୍କୁ ନୋଟିସ ଦେଇଛି। ନେହାଙ୍କ ଗୀତ ୟୁପି ମେ କା ବା ପାର୍ଟ-୨କୁ ନେଇ ଦେଖାଦେଇଥିବା ବିବାଦ କାରଣରୁ ପୁଲିସ ତାଙ୍କୁ ଏହି ନୋଟିସ ପଠାଇଥିବା କଥା କୁହାଯାଇଛି।
ୟୁପି ପୁଲିସ କହିଛି କି, ନେହାଙ୍କ ଗୀତକୁ ନେଇ ତାଙ୍କୁ ୭ଟି ପ୍ରଶ୍ନ ପଚରାଯାଇଛି। ୩ଦିନ ମଧ୍ୟରେ ଏହାର ଜବାବ୍ ଦେବାକୁ ନେହାଙ୍କୁ ନୋଟିସ କରାଯାଇଛି। ତାଙ୍କ ଗୀତ ଲାଗି ସମାଜ ପ୍ରତି ବିପଦ ରହିଛି। ଏଥିଲାଗି ସମାଜରେ ଅସନ୍ତୋଷ ବଢ଼ୁଥିବା ଏଥିରେ କୁହାଯାଇଛି। ନେହାଙ୍କୁ କରାଯାଇଥିବା ନୋଟିସର ଜବାବ ଯଦି ୩ଦିନ ମଧ୍ୟରେ ଦିଆ ନଯାଏ ତେବେ ନେହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।
ଲୋକଗୀତ ଗାୟିକା ନେହା ସିଂହ ଗୀତ ରେକର୍ଡ କରି ୟୁଟ୍ୟୁବ୍ ଓ ଫେସ୍ବୁକ୍ ଭଳି ସୋଶାଲ ମିଡିଆ ସାଇଟ୍ରେ ଅପ୍ଲୋଡ କରନ୍ତି। ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ନେହା ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ‘ୟୁପି ମେଁ କା ବା’ ଗୀତଗାଇ ଚର୍ଚ୍ଚାକୁ ଆସିଥିଲେ। ଏବେ ନେହା ଉତର ପ୍ରଦେଶରେ ‘ୟୁପି ମେ କାବା ଗୀତ’ର ପାର୍ଟ-୨ ରିଲିଜ କରିଛନ୍ତି। ନେହା ଏହି ଗୀତ ଜରିଆରେ କାନପୁରରେ ହୋଇଥିବା ବୁଲଡୋଜର ଆକ୍ସନ ଓ ଏଥିରେ ମା’-ଝିଅ ଜଳି ମରିଥିବା କାଣ୍ଡକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସେପଟେ ନେହାଙ୍କ ଗୀତକୁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ତରଫରୁ ବିରୋଧ କରାଯାଇଛି। ନେହା ତାଙ୍କର ଏହି ଗୀତରେ ବିଶ୍ୱବିଦ୍ୟାଳୟର ରାଜନୀତିକୁ ନେଇ ଟାର୍ଗେଟ୍ କରିଥିଲେ। ଏହାକୁ ସେଠିକାର ଛାତ୍ରଛାତ୍ରୀମାନେ ଘୋର ବିରୋଧ କରିଥିଲେ।
ଅନ୍ୟପଟେ ନେହାଙ୍କ ଏହି ଗୀତକୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ନେହାଙ୍କୁ ଚାରିଆଡୁ ଟ୍ରୋଲ କରାଯାଇଛି। ଏହାରି ଭିତରେ ଜବାବ ରଖିଛନ୍ତି ଲୋକଗୀତ ଗାୟିକା ନେହା। ସେ କହିଛନ୍ତି, ମୁଁ ଏହି ସବୁ ଜିନିଷକୁ ନେଇ କେବେ ଡରିବି ନାହିଁ କି ଅଟକିବି ନାହିଁ । ଏବେ ସାଧାରଣଜନତାଙ୍କ ସ୍ୱର ପାଳଟି ମୁଁ ପାର୍ଟ-୨ ରିଲିଜ କରିଛି । ଆଗକୁ ପାର୍ଟ-୩ ଓ ପାର୍ଟ-୪ ମଧ୍ୟ ଆସିବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/gmAv8Pc
No comments:
Post a Comment