ସମସ୍ତଙ୍କୁ ଘାରିଛି ଆଇଫୋନ୍ ନିଶା। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଅଧିକାଂଶ ଆଇଫୋନ୍କୁ ନେଇ କ୍ରେଜ ରହିଛି। କିଏ କେଉଁ ଉପାରେ ଆଇଫୋନ୍ ଗୋଟେ ଧରିବାକୁ ଚାହୁଁଛି। ଏଥିପାଇଁ ଅନେକ ଅପରାଧ ମଧ୍ୟ ଘଟୁଛି। ଏପରିକି ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି ଯୁବପିଢ଼ି। ଠିକ୍ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆଇଫୋନ୍ ପାଇଁ ଜଣେ ଡେଲିଭରୀ ବୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
କର୍ଣ୍ଣାଟକର ଆର୍ସିକେ ସହର। ଏଠାକାର ହାସନ ଜିଲ୍ଲାର ୨୦ ବର୍ଷୀୟ ହେମନ୍ତ ଦତ୍ତା। ସେ ଅନଲାଇନ ସପିଂ ଆପ୍ ଫ୍ଲିପ୍କାର୍ଟରୁ ଏକ ସେକେଣ୍ଡ ହ୍ୟାଣ୍ଡ ଆଇଫୋନ୍ ମଗାଇଥିଲେ। ଫେବ୍ରୁଆରୀ ୭ ତାରିଖ ଦିନ ୨୩ ବର୍ଷୀୟ ଅନ୍ଲାଇନ୍ ଡେଲିଭରୀ ବୟ ଫୋନ୍ ନେଇ ହେମନ୍ତଙ୍କ ପାଖରେ ପହଞ୍ଚିଥିଲେ। ଫୋନ୍ ହେମନ୍ତ ହାତକୁ ବଢାଇ ତା’ର ଦାମ୍ ୪୬ ହଜାର ପେମେଣ୍ଟ କରିବାକୁ କହି ଗେଟ୍ ପାଖରେ ଅପେକ୍ଷା କରିଥିଲେ ଡେଲିଭରୀ ବୟ। କିଛି ସମୟ ପରେ ହେମନ୍ତ ଡେଲିଭରୀ ବୟକୁ ଘର ଭିରତକୁ ଡାକିଥିଲା ଏବଂ ଘରକୁ ପଶିବା ମାତ୍ରେ ତାଙ୍କୁ ଟଙ୍କା ଦେବା ବଦଳରେ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲା ହେମନ୍ତ। ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବୟ ହେମନ୍ତ ନାଏକର ମୃତ୍ୟୁ ହୋଇଥିଲା।
ଏହାପରେ ଡେଲିଭରୀ ବୟର ମୃତଦେହକୁ ୩ ଦିନ ଘରେ ରଖିବା ପରେ ଏକ ଅଖାରେ ଭର୍ତ୍ତି କରି ଶୁନଶାନ୍ ରାତିରେ ଶବକୁ ନେଇ ଷ୍ଟେସନ ପାଖ ନିଛାଟିଆ ଜାଗାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ହେମନ୍ତ। ତେବେ ଡେଲିଭରୀ ବୟ ନିଖୋଜ ହେବା ନେଇ ତାଙ୍କ ଭାଇ ମଞ୍ଜୁ ନାଏକ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ସୂଚନା ମୁତାବକ, ଫେବ୍ରୁଆରୀ ୧୧ ତାରିଖରେ ଆର୍ସିକେରେ ରେଲୱେ ଷ୍ଟେସନ ଠାରୁ କିଛି ଦୂରରେ ଏକ ନିଛାଟିଅ ଜାଗାରେ ଏକ ଦରପୋଡ଼ା ମୃତଦେହ ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାର ମୂଳରେ ପହଞ୍ଚିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଛାନଭିନ୍ ପରେ ଏହି ପୂରା ମାମଲା ସାମ୍ନାକୁ ଆସିଥିଲା। ଘଟଣାର ସତ ଜଣାପଡିବା ପରେ ୨୦ ବର୍ଷୀୟ ହେମନ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hj4eap2
No comments:
Post a Comment