ବିଲରେ କରିଥିବା ଝୁପୁଡ଼ିରେ ଶୋଇ ଫସଲ ଜଗିଥିଲେ। ହାତୀ ଆସୁଥିବା ଖବର ପାଇ ଜୀବନବିକଳରେ ଘରକୁ ଚାଲି ଆସୁଥିବା ବେଳେ ବାଟରେ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ଗୋଡ଼ାଇ ଗୋଡ଼ାଇ ବୃଦ୍ଧଙ୍କୁ କଚାଡ଼ି ମାରି ଦେଲା। ସୁନ୍ଦରଗଡ ଜିଲ୍ଲା ବାରସୁଆଁ ବନାଞ୍ଚଳର ରେଙ୍ଗମା ଗାଁରେ ଘଟିଛି ଏହି ଅଘଟଣ। ମୃତକ ଜଣକ ରେଙ୍ଗମା ମୁଣ୍ଡାବସ୍ତିର କବି ନାଏକ(୬୦)। ସେ ଚାଷବାସ କରି ପରିବାର ଚଳାନ୍ତି।
ସୂଚନା ମୁତାବକ, ଗତକାଲି ରାତିରେ କବି ନାଏକ ବିଲକୁ ଫସଲ ଜଗିବାକୁ ଯାଇଥିଲେ। ହାତୀ ଉପଦ୍ରବ ଖବର ଶୁଣିବା ପରେ ଘରକୁ ଫେରୁଥିବା ବେଳେ ବାଟରେ ହାତୀ ଆକ୍ରମଣ କରିଥିଲା । ହାତୀ କବଳରୁ ବର୍ତ୍ତିବା ପାଇଁ ଜୀବନ ବିକଳରେ ସେ ଦୌଡିଥିଲେ। ହେଲେ ହାତୀଟି ତାଙ୍କୁ କଚାଡି ଦେଇଥିଲା।
ଆଜି ଖବର ପାଇ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ଦନ୍ତା ହାତୀ ଆକ୍ରମଣରେ ଏପର୍ଯ୍ୟନ୍ତ ସେହି ଅଂଚଳରେ ୬ଜଣଙ୍କ ଜୀବନ ଗଲାଣି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/EbX0aB5
No comments:
Post a Comment