ଘର ଭିତରେ ଥିଲା ଏକ ପ୍ଲାଷ୍ଟିକ ବ୍ୟାଗ । ଆଉ ଉକ୍ତ ବ୍ୟାଗରୁ ବାହାରିଲା ଜଣେ ମହିଳାଙ୍କ ଗଳିତ ଶବ । ମୃତଦେହରୁ ଉତ୍କଟ ଗନ୍ଧ ବାହାରୁଥିବା ବେଳେ ବହୁ ଦିନ ତଳୁ ମହିଳାଙ୍କ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ମହିଳାଙ୍କ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ୨୧ ବର୍ଷୀୟ ଝିଅକୁ ପଚରାଉଚରା କରୁଛି। ଏପରି ହୃଦୟ ବିଦାରକ ଘଟଣା ମୁମ୍ବାଇର ଲାଲବାଗ ଅଞ୍ଚଳରେ ସାମନାକୁ ଆସିଛି।
ପୁଲିସ୍ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ୨ ଜଣ ବ୍ୟକ୍ତି ଆସି ଜଣେ ମହିଳାଙ୍କ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରି ମହିଳାଜଣକ ରହୁଥିବା ବିଲ୍ଡିଂକୁ ଛାନଭିନ କରିବାକୁ ଯାଇଥିଲା।
ସେଠାରେ ଯାଞ୍ଚ ବେଳେ ମହିଳାଙ୍କ ଫ୍ଲାଟରୁ ଉତ୍କଟ ଗନ୍ଧ ବାହାରୁଥିଲା। ପୁଲିସ୍ ଖୋଳତାଡ଼ କରି ଏକ ବଡ଼ ପ୍ଲାଷ୍ଟିକ ଜରି ଥିବା ଦେଖିବାକୁ ପାଇଲା । ଉକ୍ତ ଜରି ଖୋଲିବାରୁ ପୁଲିସ୍ ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା। ଉକ୍ତ ଜରିରେ ଜଣେ ମହିଳାଙ୍କ ମୃତଦେହ ଥିବା ବେଳେ ତାହା ପଚି ଯାଇଥିଲା। ମୃତଦେହଟି ହିଁ ନିଖୋଜ ମହିଳାଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ।
ମହିଳାଙ୍କ ସହ ତାଙ୍କ ଝିଅ ରହୁଥିବାରୁ ସେ କାହିଁକି ମା’ ନିଖୋଜ ନେଇ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ। ତଥା ଘର ଭିତରେ ମହିଳାଙ୍କ ମୃତଦେହ ଥିବା ବେଳେ ତାଙ୍କୁ କିପରି ଦୁର୍ଗନ୍ଧ ଜଣା ପଡ଼ୁ ନ ଥିଲା ତାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ହତ୍ୟାର କାରଣ ଜଣାପଡ଼ିନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/rD7dOlm
No comments:
Post a Comment