ବିହାରରେ ଆରଜେଡି ଓ ଜେଡିୟୁ ଗଠବନ୍ଧନ ସରକାର ଚାଲିଥିବା ବେଳେ ଗତକାଲି ସକାଳେ ଜଣେ ଆରଜେଡି ନେତାଙ୍କ ଅପହରଣ ଘଟଣା ସମଗ୍ର ରାଜ୍ୟରେ ଚହଲ ସୃଷ୍ଟି କରିଥିଲା। ଏନେଇ ଅଭିଯୋଗ ହେବା ପରେ ତତ୍କ୍ଷଣାତ ଆକ୍ଟିଭ ହୋଇ ଯାଇଥିବା ପୁଲିସ୍ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ନେତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଛି। ଏହି ନେତାଜଣକ ହେଲେ ଆରଜେଡିର ସୁନୀଲ ରାୟ । ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କ ସନ୍ଧାନ କରୁଛି। ତେବେ ରାଜ୍ୟରେ କ୍ଷମତାସୀନ ସରକାରର ଜଣେ ନେତାଙ୍କ ଅପହରଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।
ମଙ୍ଗଳବାର ଭୋର ସମୟରେ ଏକ ଧଳା ରଙ୍ଗର ସ୍କର୍ପିଓରେ କିଛି ଦୁର୍ବୃତ୍ତ ଆସି ଜୋରଜବରଦସ୍ତ ସୁନୀଲ ରାୟଙ୍କୁ ଉଠାଇ ନେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସୁନୀଲ ରାୟଙ୍କୁ ଉଦ୍ଧାର କରିବାକୁ ପୁଲିସ୍ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କଲା। ଅପହରଣର ୨୪ ଘଣ୍ଟା ମଧ୍ୟରେ ପୁଲିସ୍ ସୁନୀଲ ରାୟଙ୍କୁ ଉଦ୍ଧାର କରି ୨ ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କ ସନ୍ଧାନ ଜାରି ରହିଥିବା ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
ଏନେଇ ସୁନୀଲଙ୍କ ପିତା ପୁଲିସ୍କୁ ସୂଚନା ଦେଇ କହିଥିଲେ ମୋ ପୁଅର କାହା ସହ ଶତ୍ରୁତା ନାହିଁ । କେହି ଫୋନ୍ କରି ଡାକିବାରୁ ମୋ’ ପୁଅ ତା ଅଫିସ୍ ନିକଟରେ ପହଞ୍ଚିଥିଲା। ଏହାପରେ ସେଠାରୁ ତାକୁ କିଡନାପ୍ କରିନେଇଥିଲେ। ସୁନୀଲଙ୍କ ଅପହରଣ ନିମନ୍ତେ ବ୍ୟବହୃତ ହୋଇଥିବା ସ୍କର୍ପିଓକୁ ବି ଜବତ କରାଯାଇଛି ।
ବିହାରରରେ ଆରଜେଡି ଓ ଜେଡିୟୁର ଗଠବନ୍ଧନ ସରକାର ଥିବା ସତ୍ତ୍ୱେ କିପରି ଜଣେ ଆରଜେଡି ନେତାଙ୍କ ଅପହରଣ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା କହି ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/HQkENcM
No comments:
Post a Comment