କଂଗ୍ରେସକୁ ଘାରିଲା ଘୋଡ଼ା ବେପାର ଭୟ, ବିଧାୟକମାନଙ୍କୁ ତାମିଲନାଡୁ ପଠାଇବାକୁ ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 13, 2023

କଂଗ୍ରେସକୁ ଘାରିଲା ଘୋଡ଼ା ବେପାର ଭୟ, ବିଧାୟକମାନଙ୍କୁ ତାମିଲନାଡୁ ପଠାଇବାକୁ ଯୋଜନା

କର୍ଣ୍ଣାଟକାରେ ବିଜୟ ବାସ୍ନା ପାଇବା ପରେ ଏବେ କଂଗ୍ରେସକୁ ଘାରିଛି ଘୋଡ଼ା ବେପାର ଭୟ। କାଳେ ଏଥର ନିର୍ବାଚନରେ ଜିତିଥିବା ବା ଜିତିବାକୁ ଥିବା ବିଧାୟକମାନେ ଦଳ ବଦଳ କରିବେ, ସେହି ଭୟ ଏବେ କଂଗ୍ରେସକୁ ଡରାଇବା ଆରମ୍ଭ କଲାଣି।

୨୦୧୮ ନିର୍ବାଚନ ପରେ କଂଗ୍ରେସ ସରକାର ଗଠନ କରିଥିଲେ ହେଁ ମାତ୍ର ଗୋଟିଏ ବର୍ଷ ପାଇଁ ଶାସନ କରିବାକୁ ସକ୍ଷମ ହୋଇଥିଲା। ଦଳର କିଛି ବିଧାୟକ ବିଦ୍ରୋହ ଘୋଷଣା କରିବାରୁ କଂଗ୍ରେସ ଓ ଜେଡିଏସ୍‌ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି କ୍ଷମତା ଦଖଲ କରିଥିଲା।

୨୦୧୮ ଘଟଣାକୁ କଂଗ୍ରେସ ଏଯାଏ ଭୁଲି ପାରିନି। ଏଥିହ ନିଜର ବିଧାୟକମାନଙ୍କ ଉପରେ ଦଳର ୧୦୦% ବିଶ୍ୱାସ ମଧ୍ୟ ନାହିଁ। ତେଣୁ ଦଳ ଏବେ ଠାରୁ ହିଁ ସମ୍ଭାବ୍ୟ ବିଦ୍ରୋହକୁ ଦୃଷ୍ଟିରେ ରଖି ନୂଆ ରଣନୀତି ପ୍ରସ୍ତୁତ କରିଛି।

ନବ ନିର୍ବାଚିତ ବିଧାୟକଙ୍କୁ କଂଗ୍ରେସ ରାଜ୍ୟ ବାହାରକୁ ପଠାଇବାକୁ ଯୋଜନା କରିଛି। ଚୂଡ଼ାନ୍ତ ରେଜଲ୍ଟ ବାହାରିବା ପୂର୍ବରୁ କଂଗ୍ରେସ ତା’ର ନବ ନିର୍ବାଚିତ ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ବେଙ୍ଗାଲୁରୁରେ ଏକାଠି ହେବାକୁ କହିଛି। ସମସ୍ତେ ସନ୍ଧ୍ୟା ସୁଦ୍ଧା ବେଙ୍ଗାଲୁରୁରେ ପହଞ୍ଚିବେ। ଏହାପରେ ସେଠାରୁ ସମସ୍ତେ ତାମିଲନାଡୁ ଯିବେ।

ତାମିଲନାଡୁରେ କଂଗ୍ରେସ ଡିଏମକେ ମିଳିତ ଭାବେ ସରକାର ଗଠନ କରିଛନ୍ତି। ତେଣୁ ବିଧାୟକମାନେ ସେଠାରେ ସୁରକ୍ଷିତ ଭାବେ ରହିବେ ଓ ସେମାନେ ବିଦ୍ରୋହ କରିବା ପାଇଁ କୌଣସି ପ୍ରକାରର ସୁଯୋଗ ପାଇବେ ନାହିଁ ବୋଲି ଦଳ ଆଶା ରଖିଛି। ଏଥିପାଇଁ ସମସ୍ତଙ୍କୁ ତାମିଲନାଡୁ ପଠାଇବାକୁ କଂଗ୍ରେସ ରଣନୀତି କରିଛି।

ତାମିଲନାଡୁକୁ କଂଗ୍ରେସ ତା’ର ବିଧାୟକମାନଙ୍କୁ ପଠାଇବ ପୂର୍ବରୁ ଡିଏମକ ନେତୃବୃନ୍ଦଙ୍କ ସହ କଥା ହୋଇଛି। ଡିଏମକେ ଓ ସ୍ଥାନୀୟ କଂଗ୍ରେସ ନେତାଙ୍କ ପକ୍ଷରୁ ନବ ନିର୍ବାଚିତ ବିଧାୟକମାନଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।

ବିଧାୟକମାନେ କେଉଁ ହୋଟଲରେ ରହିବେ? ସେମାନଙ୍କୁ ଯେମିତି କୌଣସି ବାହାର ଲୋକ ଭେଟି ପାରିବେ ନାହିଁ, ସେସବୁ ବ୍ୟବସ୍ଥାକୁ ବର୍ତ୍ତମାନ ଠାରୁ ନିଶ୍ଚିତ କରାଯାଇଛି। ଏବେ କେବଳ ଚୂଡ଼ାନ୍ତ ରେଜଲ୍ଟକୁ ଦଳ ଅପେକ୍ଷା କରି ରହିଛି।

ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ୧୧୮, ବିଜେପି ୭୧, ଜେଡିଏସ ୨୯ ଓ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4MNoa3v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages