ଚଢ଼ିଗଲା ଅଜଣା ଗାଡ଼ି; ଏକ ସଙ୍ଗେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 12, 2023

ଚଢ଼ିଗଲା ଅଜଣା ଗାଡ଼ି; ଏକ ସଙ୍ଗେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

କାଳିଆ ଦର୍ଶନ ପାଇଁ ବାହାରିଥିଲେ ୩ ସାଙ୍ଗ । ହେଲେ ମଝି ବାଟରେ ଘଟିଲା ଅଘଟଣ। ରାତି ଅଧରେ ଏକ ଅଜଣା ଗାଡ଼ି ଚଢ଼ି ଯିବାରୁ ରାସ୍ତା ଉପରେ ହିଁ ଜୀବନ ହାରିଲେ ୩ ସାଙ୍ଗ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଘଟିଛି ।

ମୃତକମାନେ ହେଲେ ଧର୍ମଶାଳା ଥାନା ମାନତିରା ଗ୍ରାମର ଅଭିଷେକ ସର (୨୨), ଧର୍ମଶାଳା ବ୍ଲକ ଚଡେଇଧରା ଅଞ୍ଚଳର ଅଞ୍ଚଳ ସାହୁ (୨୬) ଓ ଜଗତପୁର ଅଞ୍ଚଳର ଦେବାଶିଷ ନାୟକ (୨୪) ।

ଏହି ୩ ସାଙ୍ଗ ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ମାଲତିରାରୁ ଏକ ବାଇକ୍‌ରେ ପୁରୀ ଯିବାକୁ ବାହାରିଥିଲେ। କିଛି ବାଟ ଯିବା ପରେ ଭୋର ପ୍ରାୟ ୩ଟା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି କଡେଇ ଛକ ନିକଟରେ ପଡିଯାଇଥିଲା। ଫଳରେ ୩ ସାଙ୍ଗ ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ଆଉ ଉଠି ପାରି ନ ଥିଲେ। ଏହି ସମୟରେ ଏକ ଅଜଣା ଗାଡି ସେମାନଙ୍କ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଖବର ପାଇ ବଡ଼ଚଣା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବଡ଼ଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ କିଛି ସୂଚନା ମିଳିନି।

ରିପୋର୍ଟ- ଯାଜପୁରରୁ ଗୁଲାମ ଗସ୍‌



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/gw7ovDy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages