ଇମ୍ରାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଟିକ୍‌ଟକ୍‌ ଷ୍ଟାର, କହିଲେ- ଜୀବନରେ ଗ୍ଲାମର ଭରି ଦେବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 30, 2023

ଇମ୍ରାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଟିକ୍‌ଟକ୍‌ ଷ୍ଟାର, କହିଲେ- ଜୀବନରେ ଗ୍ଲାମର ଭରି ଦେବି

୭୦ ବର୍ଷ ପାର୍‌ କରି ସାରିଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ବିବାହ ପ୍ରସ୍ତାବ । । ଇମ୍ରାନଙ୍କ ଚତୁର୍ଥ ପତ୍ନୀ ହେବାକୁ ଗୋଡ଼ କାଢ଼ିଛନ୍ତି ଲଣ୍ଡନର ପପୁଲାର ଟିକ୍‌ଟକ୍‌ ଷ୍ଟାର ଜିୟା ଖାନ । ସମସ୍ୟାରେ ଘେରି ହୋଇ ରହିଥିବା ଏହି ହ୍ୟାଣ୍ଡସମ୍‌ ନେତାଙ୍କ ଜୀବନରେ ରୋମାନ୍ସର ଛୁଙ୍କ ଭରି ଦେବାକୁ ଜଣେ ନଟଖଟି ପତ୍ନୀର ଆବଶ୍ୟକତା ରହିଛି। ସେ ଏହି ଆବଶ୍ୟକତା ପୂରଣ କରିବେ ବୋଲି କହିଛନ୍ତି ଜିୟା ଖାନ ।

ଜିୟାଙ୍କ କହିବାନୁଯାୟୀ, ସେ ଇମ୍ରାନଙ୍କୁ ବିବାହ କରି ପୁଣି ଥରେ ତାଙ୍କ ଜୀବନରେ ଗ୍ଲାମର ଭରିଦେବାକୁ ଚାହାନ୍ତି। ଏଥିପାଇଁ ସେ ଇମ୍ରାନଙ୍କ ତୃତୀୟ ବିବାହକୁ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି।ଇମ୍ରାନ ନିଜ ଜୀବନରେ ବହୁ ମୁସ୍କିଲ ମଧ୍ୟରେ ଛନ୍ଦି ହୋଇଥିବା କାରଣରୁ ଗ୍ଲାମର ଗାଏବ ହୋଇ ଯାଇଛି। ତେଣୁ ସେ ତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ । ଇମ୍ରାନଙ୍କ ବୟସ ୭୦ରୁ ଅଧିକ ହୋଇଥିବା ବେଳେ ଏଥିରେ ତାଙ୍କୁ କିଛି ଫରକ ପଡ଼େନି ବୋଲି କହିଛନ୍ତି ଜିୟା ।

ଜିୟା କହିଛନ୍ତି, ଇମ୍ରାନଙ୍କ ବିବାହ ପ୍ରଥମେ ଜେମିମାଙ୍କ ସହ ହୋଇଥିଲା। ସେ ଜଣେ ସୁନ୍ଦର ଓ ଗ୍ଲାମର ମହିଳା ଥିଲେ। ଏହାପରେ ତାଙ୍କର ଜଣେ ସାମ୍ବାଦିକଙ୍କ ସହ ବିବାହ ହୋଇଥିଲା। ଏହାପରେ ତାଙ୍କ ଜୀବନରେ ଜଣେ ଧାର୍ମୀକ ପତ୍ନୀ ବୁଶରା ବିବି ଆସିଲେ। ଏବେ ତାଙ୍କୁ ଜଣେ ନଟଖଟି ଦୁଷ୍ଟ ପତ୍ନୀଙ୍କ ଆବଶ୍ୟକତା ରହିଛି।

ଜଣେ ପାକିସ୍ତାନ ଧର୍ମଗୁରୁ ଇମ୍ରାନ ଓ ବୁଶୁରାଙ୍କ ବିବାହକୁ ଅଣ-ଇସଲାମିକ କହି ସାରିଛନ୍ତି। ତାଙ୍କ ମୁତାବକ, ଏହି ବିବାହକୁ ଶରିଆ ଆଇନ ଅନୁସାରେ ମାନ୍ୟତା ଦିଆଯାଇ ନ ଥିଲା। ୨୦୧୮ରେ ଦମ୍ପତିଙ୍କ ଇସଲାମୀ ବିବାହ କରାଇଥିବା ମୌଲବୀ ମହମ୍ମଦ ସଇଦ କହିଛନ୍ତି, ଏହା ବୁଶରା ବିବିଙ୍କ ଇଦ୍ଦତ ସମୟ ଥିଲା। ତେଣୁ ଏହି ବିବାହ ଆଇନ ସିଦ୍ଧ ନୁହେଁ ।

ଇମ୍ରାନଙ୍କ ଉପରେ ଏବେ ଶହେରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ କିଛି ଦିନ ପୂର୍ବେ ତାଙ୍କୁ ପାକିସ୍ତାନ ପୁଲିସ୍‌ ଜୋରଜବରଦସ୍ତ ଉଠାଇ ନେଇଥିଲା। ଏପରି ସମୟରେ ଇମ୍ରାନଙ୍କୁ ବିବାହ ପ୍ରସ୍ତାବ ମିଳିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/FhrU5Ly

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages