ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩%, ବାଣିଜ୍ୟରେ ୮୧.୧୨% - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 31, 2023

ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩%, ବାଣିଜ୍ୟରେ ୮୧.୧୨%

ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଏଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି।

ଚଳିତବର୍ଷ ବିଜ୍ଞାନରେ ୯୩,୭୩୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୮,୯୩୮ ପରୀକ୍ଷାର୍ଥୀ ପାସ କରିଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଛାତ୍ରଛାତ୍ରୀ ପାସ  କରିଥିବାବେଳେ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ପାସ କରିଛନ୍ତି। 

 ଯୁକ୍ତ ଦୁଇ ବିଜ୍ଞାନରେ ନୟାଗଡ଼ ଜିଲ୍ଲାରେ ଭଲ ରେଜଲ୍ଟ ହୋଇଛି। ବିଜ୍ଞାନରେ ୯୬.୪୧% ରେଜଲ୍ଟ ସହ ନୟାଗଡ଼ ଆଗରେ ରହିଛି। ହେଲେ   ଗଜପତି ଜିଲ୍ଲାରେ ଭଲ ରେଜଲ୍ଟ ହୋଇ ନାହିଁ। ବିଜ୍ଞାନରେ ୬୧.୫୫% ରେଜଲ୍ଟ ସହ ସର୍ବନିମ୍ନ ସ୍ଥାନରେ ଗଜପତି ଜିଲ୍ଲା ରହିଛି। 

ସେହିପରି ଏଥର ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି। ଚଳିତବର୍ଷ ବାଣିଜ୍ୟରେ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ୯,୫୩୬ ପରୀକ୍ଷାର୍ଥୀ ପାସ କରିଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭,୪୧୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ  ହୋଇଛନ୍ତି। ସେହିପରି ଦ୍ୱିତୀୟ ଶ୍ରେଣୀରେ ୪୫୪୩  ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ  ୭୪୯୨ ଛାତ୍ରଛାତ୍ରୀ ପାସ କରିଛନ୍ତି। 

ବିଜ୍ଞାନ ପରି ବାଣିଜ୍ୟରେ ଭଲ ରେଜଲ୍ଟ କରିଛି ନୟାଗଡ଼ ଜିଲ୍ଲା। ଯୁକ୍ତ ଦୁଇ ବାଣିଜ୍ୟରେ ନୟାଗଡ଼ ଜିଲ୍ଲାରେ ୯୩.୯% ଛାତ୍ରଛାତ୍ରୀ ପାସ କରିଛନ୍ତି। ହେଲେ ବୌଦ୍ଧ ଜିଲ୍ଲାରେ ବାଣିଜ୍ୟ ଭଲ ରେଜଲ୍ଟ ହୋଇ ନାହିଁ ।ବାଣିଜ୍ୟରେ ୬୧.୫୫% ରେଜଲ୍ଟ ସହ ସର୍ବନିମ୍ନ ସ୍ଥାନରେ ବୌଦ୍ଧ ରହିଛି।  

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଯୁକ୍ତ ଦୁଇ ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ  ରହିଥିବା  ବେଳେ ପୁଅଙ୍କ ସଫଳତା ହାର ୮୪.୨୮% ରହିଛି।  ସେହିପରି ବାଣିଜ୍ୟରେ ୮୩.୮୭% ଝିଅ ପାସ୍ କରିଥିବା ବେଳେ ୭୯.୫୨% ପୁଅ ପାସ୍ କରିଛନ୍ତି। 

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ୍ ୫ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନ ରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ob0OfEG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages