ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଶିଶୁକନ୍ୟାକୁ ବିଷ ଇଞ୍ଜେକସନ ଦେଲା ପିଶାଚ ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 30, 2023

ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଶିଶୁକନ୍ୟାକୁ ବିଷ ଇଞ୍ଜେକସନ ଦେଲା ପିଶାଚ ବାପା

୨୦ ଦିନର ଶିଶୁକୁ ନିଜ ବାପା ବିଷ ଇଞ୍ଜେକସନ ଦେଇ ହତ୍ୟା ଉଦ୍ୟମ ଘଟଣାରେ ଆସିଛି ନୂଆ ମୋଡ। ନୀଳଗିରି ସିଂଘିରି ଗାଁରେ ଘଟିଥିବା ଏହି ଅମାନବୀୟ ଘଟଣାରେ ଅଭିଯୁକ୍ତ ବାପା ଚନ୍ଦନ ମାହାନାକୁ ପୁଲିସ ଅଟକ ରଖିଛି। ତେବେ ଅଭିଯୁକ୍ତ ଚନ୍ଦନ ପତ୍ନୀଙ୍କ ପରକୀୟା ସଂପର୍କ ଥିବା ସନ୍ଦେହରେ ଛୁଆକୁ ହତ୍ୟା ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ। ଏନେଇ ନୀଳଗିରି ଥାନାରେ କେସ୍ ରେଜିଷ୍ଟର କରାଯାଇଥିବାବେଳେ ତଦନ୍ତ ଜାରି ଥିବା ଏସପି କହିଛନ୍ତି।

ଅନ୍ୟପଟେ ଏସପିଙ୍କ ପ୍ରତିକ୍ରିୟା ପରେ ଶିଶୁର ଡିଏନଏ ଟେଷ୍ଟ କରାଇବାକୁ ଦାବି କରିଛନ୍ତି ଚନ୍ଦନଙ୍କ ପତ୍ନୀ ତନ୍ମୟୀ। ସେ କହିଛନ୍ତି, ମୋତେ ନ୍ୟାୟ ଦରକାର। ଛୁଆଟିର ଡିଏନଏ ଟେଷ୍ଟ କରାଯାଉ। ଡିଏନଏ ଟେଷ୍ଟ ପରେ ଛୁଆଟି କାହାର ଜଣାପଡ଼ିବ।

ସୂଚନାଯୋଗ୍ୟ, ସୋମବାର ଦିନ ଚନ୍ଦନ ୨୦ ଦିନଦିନର ଶିଶୁକନ୍ୟାକୁ ବିଷ ଇଞ୍ଜେକସନ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ଶିଶୁକନ୍ୟାର ମା’ ସ୍ନାନ କରିବାକୁ ଯାଇଥିବା ବେଳେ ଛୁଆଟିକୁ ବିଷ ଇଞ୍ଜେକସନ ଦେଇଥିଲା ତାର ବାପା। ଛୁଆଟି କାନ୍ଦିବାରୁ ମା’ପାଟି ଶୁଣି ଦୌଡ଼ି ଆସିଥିଲା। । ଏହି ସମୟରେ ବିଷ ବୋତଲ ତଳେ ପଡ଼ିଥିବା ଦେଖିବା ପରେ ଶିଶୁଟିର ମା’ ଚିତ୍କାର କରିଥିଲା। ପରିବାର ଲୋକେ ଓ ଗାଁ ଲୋକେ ଚନ୍ଦନକୁ ବହୁ ପଚରାଉଚରା କରିବା ପରେ ସତ ମାନିଥିଲା। ଏହାପରେ ଚନ୍ଦନକୁ ପୁଲିସ ଜିମାରେ ଦିଆଯାଇଥିଲା। ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pk9NPHI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages