ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ୨ସାଙ୍ଗଙ୍କୁ ଛୁରାମାଡ଼; ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 23, 2023

ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ୨ସାଙ୍ଗଙ୍କୁ ଛୁରାମାଡ଼; ଜଣେ ମୃତ

ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ୨ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗେଟ୍ ସରୋବରପଡ଼ାର ସରୋଜ ପାଣିଗ୍ରାହୀ ଓ ଗୁରୁତର ଜଣଙ୍କ କନ୍ଧପାଳିପଡ଼ାର ପ୍ରେମ ସାହୁ।

ଗତକାଲି ବିଳମ୍ବିତ ରାତିରେ ସରୋଜ ଓ ପ୍ରେମ ଉଭୟ ଶୀତଳଷଷ୍ଠୀ ଯାତ୍ରା ଦେଖି ଘରକୁ ଫେରୁଥିଲେ। ନରସିଂହ ମନ୍ଦିର ଛକ ନିକଟରେ ହଠାତ୍ ୨ ଦୁର୍ବୃତ୍ତ ଆସି ସରୋଜଙ୍କୁ ଗାଳିଗୁଲଜ କରିଥିଲେ। ପ୍ରେମ ଏହାକୁ ବିରୋଧ କରିବାରୁ ଦୁ଼ର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଥିଲେ। ପରେ ସରୋଜଙ୍କୁ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଦୁର୍ବୃତ୍ତ।

ସ୍ଥାନୀୟ ଲୋକେ ଓ ପୁଲିସ ସରୋଜ ଓ ପ୍ରେମଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରେମ ଚିକିତ୍ସାଧୀନ ଅଛନ୍ତି।

କିଏ ଓ କାହିଁକି ଉଭୟଙ୍କୁ ଛୁରାମାଡ଼ କଲା ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା କାରଣରୁ ଏହି ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8MdT9DL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages