ବିଚ୍ ରାସ୍ତାରେ ବାଇକ୍ର ବାଟ ଓଗାଳିଲା ସ୍କର୍ପିଓ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଚାଲିଲା ଗୁଳି ବିନିମୟ । ଫଳରେ କିଛି ସମୟ ପାଇଁ ବ୍ୟସ୍ତବହୁଳ ରାସ୍ତା ଶୂନଶାନ ହୋଇଗଲା ଓ କୋକୁଆ ଭୟରେ ଲୋକେ ଛିନଛତ୍ର ଦେଲେ। ଏପରି ଘଟଣା ଉତ୍ତରପ୍ରଦେଶର ଶାହଜହାଁପୁରରେ ହୋଇଥିବା ବେଳେ ଏହାର କାରଣ ଜଣାଯାଇନି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।ସଦର ବଜାର ଥାନା ଅଞ୍ଚଳର ଶାହବାଜ ନଗରରେ ଏପରି କାଣ୍ଡ ଘଟିଛି।
ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ନିଜ ବାଇକ୍ରେ ଯାଉଥିବା ବେଳେ ତାଙ୍କ ସମ୍ମୁଖରେ ଏକ ସ୍କର୍ପିଓ ଆସି ଅଟକିଥିଲା। ଏହାପରେ ବାଇକ୍ ଚାଳକ ନିଜ ଗାଡ଼ିରୁ ଓହ୍ଲାଇ ପକେଟରେ ଥିବା ବନ୍ଧୁକ ବାହାର କରିଥିଲେ। ଏହାପରେ ସ୍କର୍ପିଓରୁ ଜଣେ ବ୍ୟକ୍ତି ହାତରେ ଏକ ରାଇଫଲର ଧରି ବାହାରି ଆସିଥିଲେ।
ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ କେହି ଆହତ ହୋଇ ନ ଥିଲେ। ଏହାପରେ ବାଇକ୍ ଚାଳକଜଣକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ପଳାଇ ଯାଇଥିବା ବେଳେ ସ୍କର୍ପିଓରୁ ବାହାରିଥିବା ବ୍ୟକ୍ତିଜଣକ ତାଙ୍କ ପିଛା କରୁଥିବା ଦେଖିବାକୁ ମିଳିଥିଲା।
ଗୁଳି ଚଳାଉଥିବା ୨ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସନ୍ଧାନ କରାଯାଉଥିବା ପୁଲିସ୍ କହିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ତେବେ ବିଚ୍ ରାସ୍ତାରେ ଏପରି ଗୁଳିକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଛି ନା ଆଉ କିଛି ପୁଲିସ୍ ତାହାର ତଦନ୍ତ ଆରମ୍ଭ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/tDPkypl
No comments:
Post a Comment