ଆର ପାରିରେ ଚୁଲବୁଲି ଅଭିନେତ୍ରୀ ବୈଭବୀ ଉପାଧ୍ୟୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 23, 2023

ଆର ପାରିରେ ଚୁଲବୁଲି ଅଭିନେତ୍ରୀ ବୈଭବୀ ଉପାଧ୍ୟୟ

ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଛି ଶକ୍ତ ଝଟକା। ଆଉ ନାହାନ୍ତି ‘ସରାଭାଇ ଭର୍ସେସ ସରାଭାଇ’ ଫେମ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟୟ । ଖୁବ୍‌ କମ୍‌ ବୟସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆର ପାରିକି ଚାଲି ଯାଇଛନ୍ତି ଏହି ଚୁଲବୁଲି ଅଭିନେତ୍ରୀ । ଏହି ଖବର ସମଗ୍ର ଟିଭି ଜଗତକୁ ଦୋହଲାଇ ଦେଇଥିବା ବେଳେ ଫ୍ୟାନ୍ସ ବି ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି।

ବୈଭବୀଙ୍କର ନିର୍ବନ୍ଧ ସରିଥିବା ବେଳେ ବିବାହ ପୂର୍ବରୁ ସେ ନିଜ ଭାବୀ ସ୍ୱାମୀଙ୍କ ସହ ହିମାଚଳ ପ୍ରଦେଶର କୁଲୁ ବୁଲିବାକୁ ଯାଇଥିଲେ। କିନ୍ତୁ ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ବୈଭବୀଙ୍କ ମୃତ୍ୟୁ ଘଟିଥିଲା।

ପପୁଲାର ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ନିଜ ଟ୍ୱିଟର ଆକାଉଣ୍ଟରେ ବୈଭବୀଙ୍କ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଉ ଲେଖିଛନ୍ତି, ବହୁତ ଜଲଦି ଚାଲି ଗଲ । ଏଥିସହ ତାଙ୍କର ଏକ ଭିଡିଓ ଶେଆର କରି ବୈଭବୀଙ୍କ ମୃତ୍ୟୁକୁ ବିଶ୍ୱାସ କରି ହେଉନି ବୋଲି ଉଲ୍ଲେଖ କରିଛନ୍ତି।

ପ୍ରସିଦ୍ଧ ଆକ୍ଟର ଓ ପ୍ରଯୋଜକ ଜେଡି ମଜିଠିଆ ବି ବୈଭବୀଙ୍କ ମୃତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଜୀବନ ଏତେ ଅନିଶ୍ଚିତ ବୋଲି ବିଶ୍ୱାସ କରି ହେଉନି। ଜଣେ ଖୁବ୍‌ ଭଲ ଅଭିନେତ୍ରୀ ଓ ବନ୍ଧୁ ଆଉ ଏ ଦୁନିଆରେ ନାହାନ୍ତି।

ବୈଭବୀଙ୍କ ଭାଇ ମୃତଦେହ ଆଣିବାକୁ ହିମାଚଳ ପ୍ରଦେଶ ଯାଇଛନ୍ତି । ଆସନ୍ତାକାଲି ସେ ଭଉଣୀଙ୍କ ମୃତଦେହ ଧରି ମୁମ୍ବାଇରେ ପହଞ୍ଚିବେ ବୋଲି ଜଣାଯାଇଛି। ସେଠାରେ ଅନ୍ତିମ ଦର୍ଶନ ପରେ ତାଙ୍କ ମୃତଦେହକୁ ସତ୍କାର କରାଯିବ ।

ବୈଭବୀ ଜଣେ ପପୁଲାର ଟିଭି ଅଭିନେତ୍ରୀ ଥିବା ବେଳେ ବହୁ ଟିଭି ଶୋ’ରେ ସେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି। କିନ୍ତୁ ‘ସରାଭାଇ ଭର୍ସେସ ସରାଭାଇ’ ତାଙ୍କୁ ଖୁବ୍‌ ପ୍ରସିଦ୍ଧି ଆଣି ଦେଇଥିଲା ଓ ଘରେ ଘରେ ପରିଚିତ କରାଇଥିଲା। ଟିଭି ବାଦ ଫିଲ୍ମ ‘ଛପାକ’ରେ ବି ସେ ଦୀପିକା ପାଦୁକୋନଙ୍କ ସହ ଅଭିନୟ କରି ବେଶ୍‌ ପ୍ରଶଂସିତ ହୋଇଥିଲେ। ବୈଭବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ସୂଚନାଯୋଗ୍ୟ, ଗତ ସୋମବାର ଫିଲ୍ମ ଓ ଟେଲି ଦୁନିଆର ଜଣାଶୁଣା ଅଭିନେତା ଆଦିତ୍ୟ ସିଂହ ରାଜପୁରଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। 

ଲଗାତର ଭାବେ ୨ ପପୁଲାର ଅଭିନେତା, ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/CDeJkO0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages