ଘର ସାମ୍ନାରେ ମହିଳାଙ୍କୁ କଚାଡ଼ି ମାରି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 22, 2023

ଘର ସାମ୍ନାରେ ମହିଳାଙ୍କୁ କଚାଡ଼ି ମାରି ଦେଲା ହାତୀ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳରେ ଲାଗି ରହିଛି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଶନିବାର ମଧ୍ୟରାତ୍ରରେ କନ୍ତରକୋଇଡ଼ା ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଆରତି ମୁଣ୍ଡା।

ଗତକାଲି ମଧ୍ୟରାତ୍ରରେ ଏକ ପାଞ୍ଚ ଟିକିଆ ହାତୀପଲ କନ୍ତରକୋଇଡ଼ା ଗାଁକୁ ଆସିଥିଲେ। ସେମାନେ ପ୍ରଥମେ ଗାଁର ଶାନ୍ତି ମୁଣ୍ଡାଙ୍କ ଘର ଭାଙ୍ଗି ବିଭିନ୍ନ ଜିନିଷପତ୍ର ନଷ୍ଟ କରିବା ସହିତ ଚାଉଳ ଖାଇଥିଲେ।

ଗାଁକୁ ହାତୀପଲ ଆସିଥିବା ଖବର ଶୁଣି ଭୟଭୀତ ଆରତି ମୁଣ୍ଡା ଘରୁ ବାହାରି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀପଲ ହାବୁଡ଼ରେ ପଡ଼ି ଯାଇଥିଲେ। ଗୋଟିଏ ହାତୀ ତାଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେଇଥିଲା।

ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲକୁ ଘଉଡ଼ାଇବା ସହ ଆରତି ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଏହି ହାତୀପଲ କନ୍ତରକୋଇଡ଼ା ଗାଁରୁ ଧୁବୁଲାବେଢ଼ା ଗାଁକୁ ଯାଇ ରୋଶନ କିଷାନଙ୍କ ଘରର କାନ୍ଥ ଭାଙ୍ଗିବା ସହିତ ମକା ଖାଇଥିଲେ।

କୋଇଡ଼ାରୁ ସୁନୀଲ କୁମାର ପଣ୍ଡାଙ୍କ ରିପୋର୍ଟ 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/DtNUfaK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages