ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ଘରକୁ ଘର ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 22, 2023

ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ଘରକୁ ଘର ସର୍ଭେ

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଶୋଧିତ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଗତକାଲିଠାରୁ ଘରକୁ ଘରୁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏକମାସ ଧରି ଅର୍ଥାତ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ । ରାଜ୍ୟର ମୋଟ ୩୭୬୦୭ଜଣ ବୁଥସ୍ତରୀୟ ଅଧିକାରୀମାନେ ସମସ୍ତ ୩୦ଟି ଜିଲ୍ଲାର ୧୪୭ଟି ବିଧାନସଭା ମଣ୍ଡଳୀର ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ ।

ଯେଉଁମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଛି ସେମାନଙ୍କ ନାମକୁ ଯୋଗ କରିବା ସହ ଯାହାଙ୍କ ବୟସ ୨୦୨୩ ଅକ୍ଟୋବର ୧ତାରିଖ ସୁଦ୍ଧା ୧୮ବର୍ଷ ହୋଇଥିବ ସେମାନଙ୍କୁ ତାଲିକାଭୁକ୍ତ କରାଇବା, ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ନାଁ ବାଦ୍ ଦେବା ଓ ଭୋଟର ତାଲିକାରୁ ମୃତ ବ୍ୟକ୍ତିଙ୍କ ନାଁ ବାଦ୍ ଦେବା ପାଇଁ ଏହି ସର୍ଭେ କରାଯାଉଛି ।

ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ଓ ସେମାନଙ୍କୁ ସହଯୋଗ କରି ସଠିକ୍ ତଥ୍ୟ ପ୍ରଦାନ କରିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଚିଠା ଭୋଟର ତାଲିକା ଅକ୍ଟୋବର ୧୭ତାରିଖରେ ପ୍ରକାଶ ପାଇବ । ଏହା ଉପରେ  ଆପତ୍ତି ଅଭିଯୋଗ ଅକ୍ଟୋବର ୧୭ରୁ ନଭେମ୍ବର ୩୦ ମଧ୍ୟରେ ଶୁଣାଣି କରାଯିବ । ଡିସେମ୍ବର ୨୬ତାରିଖ ସୁଦ୍ଧା ସମସ୍ତ ଅଭିଯୋଗର ସମାଧାନ କରାଯିବ ଓ ୨୦୨୪ ଜାନୁୟାରୀ ୫ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/AK38eRD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages