ଦିନକୁ ଦିନ ଅଶାନ୍ତ ହୋଇ ଉଠୁଛି ଶ୍ରୀନଗର। ବିଚ୍ ରାସ୍ତାରେ ସାଧାରଣ ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଉଛି। ଏଥିଯୋଗୁ ଘରୁ ପଦାକୁ ଗୋଡ଼ କାଢ଼ିବାକୁ ଲୋକେ ଭୟ କରୁଛନ୍ତି। ଏପରି ସ୍ଥିତିରେ ଧନଜୀବନ ସୁରକ୍ଷିତ ରଖିବାକୁ ଶ୍ରୀନଗର ଜିଲ୍ଲା ପ୍ରଶାସନ ଆଣିଛି କଠୋର ନିୟମ । ଏଣିକି ସର୍ବସାଧାରଣ ସ୍ଥାନରେ ଧାରୁଆ ଅସ୍ତ୍ରର କିଣା ବିକା ଉପରେ କଟକଣା ଜାରି କରାଯାଇଛି। ଏହାବାଦ ଧାରୁଆ ଅସ୍ତ୍ର ଧରି ରାସ୍ତାରେ ଯିବା ଉପରେ ବି କଟକଣା ଲାଗୁ କରାଯାଇଛି।
ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟ ମହମ୍ମଦ ୟୈଜାଜ ଏହି ନିୟମ ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ଏପରି ଅସ୍ତ୍ରଶସ୍ତ୍ର ପାଖରେ ରଖିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏହାକୁ ନିକଟସ୍ଥ ଥାନାରେ ହସ୍ତାନ୍ତର କରିବାକୁ କୁହାଯାଇଛି। ଏଥିନିମନ୍ତେ ସେମାନଙ୍କୁ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି।
ରାଜ୍ୟର କ୍ୱାମାରୱାରି, ବେମିନା, କ୍ରାଲପୋରା, ବାଟମାଲୋ, ନ୍ୱୋହାଟା, ଆଦି ସ୍ଥାନରେ ଧାରୁଆ ଅସ୍ତ୍ରରେ ରକ୍ତପାତ ପରି ଘଟଣା ବାରମ୍ବାର ଘଟିବା ପରେ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟବାସୀଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୁଲିସ୍ ଡିଜି ସୂଚନାଦେଇଛନ୍ତି।
ନିୟମାନୁଯାୟୀ, ଯେଉଁ ଧାରୁଆ ଅସ୍ତ୍ରର ବ୍ଲେଡ ୯ ଇଞ୍ଚରୁ ଅଧିକ ଲମ୍ବା ସହ ୨ ଇଞ୍ଚ ଚଉଡ଼ା ଥିବ ତାହାକୁ ବ୍ୟାନ୍ କରାଯାଇଛି। କିନ୍ତୁ ଏହି ଧାରୁଆ ଅସ୍ତ୍ରର ଘରୋଇ, ଚାଷ କାମ, ସାଇଣ୍ଟିଫିକ୍ ତଥା ଇଣ୍ଡଷ୍ଟ୍ରି ବ୍ୟବହାର ନିମନ୍ତେ ଅନୁମତି ଦିଆଯାଇଛି।
ଏହି ନିୟମ ଏପରି ଧାରୁଆ ଅସ୍ତ୍ର ତିଆରି କରୁଥିବା ସେକ୍ଟରକୁ ଗଭୀର ଭାବେ କ୍ଷତିଗ୍ରସ୍ତ କରିବ ବୋଲି ଜଣାଯାଇଛି। ଏହି ନିୟମ ମଧ୍ୟରେ ବ୍ଲେଡ, ଛୁରୀ ଆଦି ଅନ୍ତର୍ଭୁକ୍ତ ନ ଥିବା ଜଣାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ODnfVWX
No comments:
Post a Comment