ଏସୀୟ କ୍ରୀଡ଼ା: ଶୁଟିଂରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ ଓ ରୌପ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 1, 2023

ଏସୀୟ କ୍ରୀଡ଼ା: ଶୁଟିଂରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ ଓ ରୌପ୍ୟ

ଚୀନର ହାଙ୍ଗଝୌ ଚାଲିଥିବା ଏସୀୟ କ୍ରୀଡ଼ା (Asian Games)ରେ ଭାରତୀୟ ଶୁଟରମାନଙ୍କ ଦବଦବା ଜାରି ରହିଛି। ଭାରତୀୟ ଶୁଟରମାନେ ଆଜି ପୁଣି ଦୁଇଟି ପଦକ ଜିତିଛନ୍ତି।

ଶୁଟିଂର ପୁରୁଷ ଟ୍ରାପ୍ ଇଭେଣ୍ଟରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଛି। କିନାନ ଚେନାଇ, ଜୋରାବର ସିଂହ ସାନ୍ଧୁ ଓ ପୃଥ୍ୱୀରାଜ ଟୋଣ୍ଡାଇମାନଙ୍କୁ ନେଇ ଗଠିତ ଟିମ୍ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି। କୁଏତ ଓ ଚୀନକୁ ପଛରେ ପକାଇ ଭାରତୀୟ ଶୁଟରମାନେ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଭାରତକୁ ୩୬୧ ପଏଣ୍ଟ ମିଳିଥିବା ବେଳା କୁଏତ ୩୫୨ ଓ ଚୀନ ୩୪୬ ପଏଣ୍ଟ ପାଇଥିଲେ।

ଏହା ପୂର୍ବରୁ ଆଜି ମହିଳା ଶୁଟରମାନେ ରୌପ୍ୟ ପଦକ ଜିତିଥିଲେ। ମହିଳା ଟ୍ରାପ୍ ଇଭେଣ୍ଟରେ ଦଳକୁ ଏହି ସଫଳତା ମିଳିଥିଲା। ରାଜେଶ୍ୱରୀ କୁମାରୀ, ମନୀଷା କୀର ଓ ପ୍ରୀତି ରଜକ ୩୩୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ରୌପ୍ୟ ପଦକ ଜିତିଥିଲେ।

ଚଳିତ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତ ୪୧ଟି ପଦକ ଜିତିଥିବା ବେଳେ କେବଳ ଶୁଟିଂରୁ ଆସିଛି ୨୧ଟି ପଦକ। ଏହି ୨୧ଟି ପଦକ ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି। ଏସୀୟ କ୍ରୀଡ଼ାରେ ଇତିହାସରେ ଶୁଟିଂରେ ଏହା ଭାରତର ସର୍ବୋତ୍ତମ ପ୍ରଦର୍ଶନ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/afmzIuG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages