ନାଳରେ ପଡ଼ିଥିଲା ମୃତଦେହ, ଗଛରୁ ଝୁଲିଥିବା ରଶିରେ ବନ୍ଧା ଯାଇଥିଲା ତାଙ୍କ ବେକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 30, 2023

ନାଳରେ ପଡ଼ିଥିଲା ମୃତଦେହ, ଗଛରୁ ଝୁଲିଥିବା ରଶିରେ ବନ୍ଧା ଯାଇଥିଲା ତାଙ୍କ ବେକ

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ସିଂହପୁରର ଖରସ୍ରୋତା ମହାବିଦ୍ୟାଳୟ ନିକଟସ୍ଥ ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ବେକରେ ଏକ ପ୍ଲାଷ୍ଟିକ୍ ରଶି ବନ୍ଧା ଯାଇଥିଲା। ଆଉ ସେହି ରଶିର ଅନ୍ୟ ପାର୍ଶ୍ୱକୁ ଏକ ଗଛରେ ବନ୍ଧା ଯାଇଥିଲା।

ମୃତ ଯୁବକଙ୍କ ନାଁ ପ୍ରିୟରଞ୍ଜନ ଧଳ। ତାଙ୍କ ଘର ଓଳେଇ ଗାଁରେ। ସେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖିଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନେଇଛି। ତଦନ୍ତ ପରେ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବିଞ୍ଝାରପୁର ଥାନା ଅଧିକାରୀ କହିଛନ୍ତି।

ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ପ୍ରିୟରଞ୍ଜନ ଧଳଙ୍କ ଦାଦା ଦେବେନ୍ଦ୍ର ଧଳ କହିଛନ୍ତି, ଗତକାଲି ରାତିରେ ସେ (ପ୍ରିୟରଞ୍ଜନ) ଘରକୁ ଫେରି ନଥିଲେ। ତାଙ୍କୁ ଏକାଧିକ ଲୋକ ମିଶି ହତ୍ୟା କରିଥିବା ଜଣାପଡ଼ୁଛି। ପରିବାରରେ କିଛି ଗଣ୍ଡଗୋଳ ନଥିଲା।

ଯାଜପୁରର ସଞ୍ଜୀବ ନାୟକଙ୍କ ରିପୋର୍ଟ



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hPE6RjS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages