ଇସ୍ରାଏଲ-ହମାସ ଲଢ଼େଇ; ୫୦୦ ମୃତ, ୩୦୦୦ରୁ ଅଧିକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 7, 2023

ଇସ୍ରାଏଲ-ହମାସ ଲଢ଼େଇ; ୫୦୦ ମୃତ, ୩୦୦୦ରୁ ଅଧିକ ଆହତ

ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଶନିବାର ଅଚାନକ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ଗତକାଲିଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ଓ ପାଲଟା ଆକ୍ରମଣରେ ଉଭୟ ପକ୍ଷରୁ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଅଧିକାରୀଙ୍କ ସୂତ୍ରରୁ ଇସ୍ରାଏଲ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ହମସା ଆତଙ୍କବାଦୀଙ୍କ ଆକ୍ରମଣରେ ତାଙ୍କର ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ ପାଲେଷ୍ଟାଇନର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଇସ୍ରାଏଲର ଆକ୍ରମଣରେ ଗାଜା ଷ୍ଟ୍ରିପ୍‌ରେ ୨୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

କିଛି ଦିନ ଧରି ଗାଜା ଷ୍ଟ୍ରିପ୍‌ରେ ଉତ୍ତେଜନା ଲାଗି ରହିଥିବା ବେଳେ ଗତକାଲି ହଠାତ୍ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଗାଜା ଷ୍ଟ୍ରିପ୍‌ରୁ ସେମାନେ ଇସ୍ରାଏଲ ଉପରକୁ ୫ ହଜାରରୁ ଅଧିକ ରକେଟ୍ ମାଡ଼ କରିଥିଲେ। ତା’ ସହିତ ଗାଜା ଷ୍ଟ୍ରିପ୍ ସୀମାରେ ଥିବା ଇସ୍ରାଏଲର ସହରଗୁଡ଼ିକ ଭିତରେ ପଶି ସେମାନେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଇସ୍ରାଏଲ ସେନାର ପୋଷ୍ଟଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲେ। ହମ୍‌ସା ଆତଙ୍କବାଦୀମାନେ ଇସ୍ରାଏଲ ଶତାଧିକ ନାଗରିକଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଇସ୍ରାଏଲ ସେନାର ଅନେକ ଯବାନଙ୍କୁ ମଧ୍ୟ ପଣବନ୍ଦୀ କରି ରଖିଛନ୍ତି ହମାସ ଆତଙ୍କବାଦୀ।

ଅନ୍ୟପକ୍ଷରେ ଏହି ଅପ୍ରତ୍ୟାଶିତ ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିବା ସହିତ ହମାସ ଆତଙ୍କବାଦୀଙ୍କୁ ମୁଳପୋଛ କରି ଦିଆଯିବ ବୋଲି ଘୋଷଣା କରିଛନ୍ତି। ଗାଜା ଷ୍ଟ୍ରିପ୍‌ରେ ହମ୍‌ସା ଆତଙ୍କବାଦୀମାନଙ୍କୁ ନିପାତ କରିବାକୁ ଇସ୍ରାଏଲର ୫ ହଜାରରୁ ଅଧିକ ଯବାନ ଅପରେସନ ଆରମ୍ଭ କରିଛନ୍ତି। ଇସ୍ରାଏଲ ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନ ସହଯୋଗରେ ଗାଜା ଷ୍ଟ୍ରିପ୍‌ରେ ଥିବା ହମାସ ଆତଙ୍କବାଦୀଙ୍କ ଠିକଣା ଉପରେ ଆକ୍ରମଣ କରାଯାଉଛି। ଗତକାଲି ରାତିରେ ଅପରେସନ ବେଳେ ହମସାର କିଛି ଆତଙ୍କବାଦୀଙ୍କୁ ଇସ୍ରାଏଲ ସେନା ଧରିଥିବା ଖବର ମଧ୍ୟ ଆସିଛି। ଏନେଇ ସୋଶାଲ ମିଡିଆରେ କିଛି ଭିଡିଓ ଶେଆର କରାଯାଇଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bzHwe4g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages