ନବଜାତ ଶିଶୁ କନ୍ୟା ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 7, 2023

ନବଜାତ ଶିଶୁ କନ୍ୟା ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଖଣ୍ଡୋକଟା ଗାଁର ଦିଲ୍ଲୀପ ସାହୁଙ୍କ ଘର ପଛପଟ ପାଚେରୀ ନିକଟରୁ ଆଜି ସକାଳେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତା’ର ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।

ସକାଳେ ଦିଲ୍ଲୀପ ସାହୁଙ୍କ ଘର ପାଚେରୀ ନିକଟରୁ ଛୁଆର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଆସି ଜମା ହୋଇଥିଲେ। ପରେ ଡାକ୍ତରଖାନାରେ କାମ କରୁଥିବା ସେହି ଗାଁର ସଞ୍ଜୟ ପଟେଲ ଶିଶୁଟିକୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ସଞ୍ଜୟ ପଟେଲ କହିଛନ୍ତି, ଛୁଆଟିର ଶରୀରରେ ପିମ୍ପୁଡ଼ି ଚଢ଼ିଯାଇଥିଲେ। ତାକୁ ସଙ୍ଗେ ସଙ୍ଗେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲି। ତା’ର ଅବସ୍ଥା ଏବେ ଭଲ ଥିବା ଡାକ୍ତର କହିଛନ୍ତି।

କିଏ ଓ କାହିଁକି ଶିଶୁ କନ୍ୟାଟିକୁ ସେଠାରେ ଛାଡ଼ି ଚାଲିଗଲେ, ତାହା ଜଣାପଡ଼ିନାହିଁ। ଘଟଣାର ତଦନ୍ତ ପରେ ପୂରା କଥା ସାମ୍ନାକୁ ଆସିବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/NvdUIJD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages