ଆଫଗାନିସ୍ତାନରେ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୩୨୦କୁ ବୃଦ୍ଧି, ୧୨ଟି ଗାଁ ପୂରା ଧ୍ୱଂସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 7, 2023

ଆଫଗାନିସ୍ତାନରେ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୩୨୦କୁ ବୃଦ୍ଧି, ୧୨ଟି ଗାଁ ପୂରା ଧ୍ୱଂସ

ପଶ୍ଚିମ ଆଫଗାନିସ୍ତାନର ହେରାଟ ପ୍ରଦେଶରେ ଗତକାଲି ଭୂକମ୍ପ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଛି। ସେହିପରି ଏଥିରେ ୬୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୨ଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହେରାଟର ଜିନ୍ଦା ଜାନ ଓ ଘୋରୟାନ ଜିଲ୍ଲାରେ ୧୨ଟି ଗାଁରେ ପୂରା ଧ୍ୱଂସ ହୋଇଯାଇଛି। ଫରାହ ଓ ବାଦଗୀସ ପ୍ରଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ପଡ଼ିଛି।

ହେରାଟ ପ୍ରଦେଶରେ ଗତକାଲି ପ୍ରାୟ ୬ ଥର ଭୂକମ୍ପ ହୋଇଥିଲା। ତେବେ ସବୁଠୁ ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଥିଲା।

ଆଫଗାନିସ୍ତାନ ଏକ ଭୂକମ୍ପ ପ୍ରବଣ ଦେଶ। ୨୦୨୨ରେ ପୂର୍ବ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିଲା, ଯେଉଁଥିରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଓ ୧୫୦୦ରୁ ଅଧିକ ଆହତ ହୋଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/B6pzOMb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages