ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡ଼ଗଁପୁର ଗାଁର ଲତାବିଲ ସାହିରେ ପାରିବାରିକ କଳହକୁ ନେଇ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏସିଡ୍ ମାଡ଼ର ଶିକାର ହୋଇଥିବା ବ୍ୟକ୍ତି ନାଁ ଭାଗିନ ନାୟକ (୪୦)।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ଭାଗିନ ଘରେ ଥିବା ବେଳେ କେହି ତାଙ୍କ ଉପରେ ଏସିଡ୍ ପକାଇ ଫେରାର ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭାଗିନ ତାଙ୍କ ଶ୍ୱଶୁର ଘର ଗାଁ ସୁରପ୍ରତାପପୁରରେ ପରିବାର ସହ ରହନ୍ତି। ଗତକାଲି ସେ ତାଙ୍କ ଗାଁକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା। କିଏ ଓ କାହିଁକି ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଲା, ତାହା ସ୍ପଷ୍ଟ ହୋଇପାରିନାହିଁ।
ଭାଗିନ ଆଶଙ୍କା କରୁଛନ୍ତି ଯେ ପାରିବାରିକ କଳହରୁ ତାଙ୍କ ଉପରେ ଏସିଡ୍ ମାଡ଼ କରାଯାଇଥାଇପାରେ। କାରଣ ଭାଇମାନଙ୍କ ସହିତ ତାଙ୍କ କଳହ ଲାଗି ରହିଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/N4DiALj
No comments:
Post a Comment