କେମିତିକା ଦୀପାବଳି ଚାହୁଁଥିଲେ ଗାନ୍ଧିଜୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 11, 2023

କେମିତିକା ଦୀପାବଳି ଚାହୁଁଥିଲେ ଗାନ୍ଧିଜୀ?

ଚଳିତ ବର୍ଷ ନଭେମ୍ବର ୧୨ରେ ପଡୁଛି ଦୀପାବଳି। ଠିକ୍ ୭୬ ବର୍ଷ ପୂର୍ବେ ୧୯୪୭, ୧୨ ନଭେମ୍ବରରେ ସ୍ୱାଧୀନ ଭାରତ ପାଳିଥିଲା ଏହାର ପ୍ରଥମ ଦୀପାବଳି। ତଥାପି, ସେତେବେଳେ ଏତେ ହର୍ସ-ଉଲ୍ଲାସ ନଥିଲା। ବିଶେଷ କରି ଉତ୍ତର ଓ ପୂର୍ବ ଅଞ୍ଚଳର ଲୋକେ ସ୍ୱାଧୀନତାର ପ୍ରଥମ ଦୀପାବଳିର ସ୍ୱତନ୍ତ୍ର ସ୍ୱାଦକୁ ଆସ୍ୱାଦନ କରିପାରିନଥିଲେ, କାରଣ ଭାରତ ବିଭାଜନର ଦୁଃଖ ସେମାନଙ୍କ ମନରୁ ପାଶୋରି ନଥିଲା। 

ବିଭାଜନ ପରେ ସାମ୍ପ୍ରଦାୟିକ ହିଂସା, ଦଙ୍ଗା ଏବଂ ରକ୍ତପାତ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଧାର୍ମିକ ଘୃଣାର ବୀଜ ବୁଣିଥିଲା। ଦେଶ ସେତେବେଳେ ଧାର୍ମିକ ଭେଦଭାବକୁ ନେଇ ଭାଗ ଭାଗ ହୋଇଯାଇଥିଲା। ଏହି ସମୟରେ ଜାତିର ପିତା ମହାତ୍ମା ଗାନ୍ଧି ଦୀପାବଳିରେ ଦେଶବାସୀଙ୍କୁ ଆଧ୍ୟାତ୍ମିକ ଭାବରେ ବାନ୍ଧି ରଖିବାକୁ ଚେଷ୍ଟା କରିଥିଲେ। ଭଗବାନ ରାମଙ୍କର ଜଣେ ପରମ ଭକ୍ତ ଭାବରେ ଗାନ୍ଧିଜୀ ଏହି ସମୟରେ ରାମାୟଣର ବାର୍ତ୍ତା ଦେଇ ଦୀପାବଳିରେ ନିଜ ମନ ଭିତରେ ରାମ ବା ଉତ୍ତମତାକୁ ଜାଗ୍ରତ କରାଇବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। 

ଗାନ୍ଧିଜୀ ମଧ୍ୟ ଭାରତ ଏବଂ ପାକିସ୍ତାନ ବିଭାଜନ ପରେ ଭୟରେ ପଳାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଚାର କରିଥିଲେ। ନଚେତ୍ ଦୀପାବଳିର ମହତ୍ତ୍ୱ ପାଳନ ହୋଇପାରିବ ନାହିଁ ବୋଲି ସେ କହିଥିଲେ। ଗାନ୍ଧିଜୀ ସ୍ୱାଧୀନ ଭାରତର ପ୍ରଥମ ଦୀପାବଳି ଉତ୍ସୋବରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଥିଲେ...

ଭାଇ ଓ ଭଉଣୀମାନେ,
ଆଜି ଦୀପାବଳି, ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ହିନ୍ଦୁ କ୍ୟାଲେଣ୍ଡରରେ ଏହା ଏକ ଭଲ ଦିନ। ବିକ୍ରମ ସମ୍ୱତଙ୍କ ଅନୁଯାୟୀ ଆସନ୍ତାକାଲି ଗୁରୁବାରଠାରୁ ନୂଆ ବର୍ଷ ଆରମ୍ଭ ହେବ। ପ୍ରତିବର୍ଷ ଦୀପାବଳି କାହିଁକି ଉତ୍ସାହର ସହ ପାଳନ କରାଯାଏ ଆପଣମାନେ ଜାଣିଥିବେ। ରାବଣକୁ ପରାସ୍ତ କରି ପ୍ରଭୁ ରାମ ଶାନ୍ତି ସ୍ଥାପନ କରିଥିଲେ। ଏହାପରେ ରାମ ରାଜ୍ୟ ଗଢି ଉଠିଥିଲା। 

କିନ୍ତୁ ହାୟ! ଆଜି ଭାରତରେ ରାମରାଜ୍ୟ ନାହିଁ। ତେବେ ଆମେ କିପରି ଦୀପାବଳି ପାଳନ କରିପାରିବା? ଯେଉଁମାନଙ୍କ ଭିତରେ ରାମ ଅଛନ୍ତି ସେମାନେ କେବଳ ଏହି ବିଜୟ ଉତ୍ସବ ପାଳନ କରିପାରିବେ। କାରଣ, କେବଳ ଈଶ୍ୱର ହିଁ ଆମ ଆତ୍ମାକୁ ଆଲୋକିତ କରିପାରିବେ ଏବଂ ସେହି ଆଲୋକ ହେଉଛି ପ୍ରକୃତ ଆଲୋକ। ଅନେକ ଲୋକ କୃତ୍ରିମ ଆଲୋକ ଦେଖିବାକୁ ଯାଆନ୍ତି, କିନ୍ତୁ ଆଜି ଯାହା ପ୍ରକୃତରେ ଦରକାର, ତାହା ହେଉଛି ଆମ ହୃଦୟରେ ପ୍ରେମର ଆଲୋକ। ଆମ ହୃଦୟକୁ ପ୍ରେମରେ ଆଲୋକିତ କରିବାକୁ ପଡିବ। ଆଉ ସେତେବେଳେ ହିଁ, ଆମେ ଦୀପାବଳିର ଶୁଭେଚ୍ଛା ପାଇବାକୁ ଯୋଗ୍ୟ ହେବୁ। 

ଆଜି ହଜାର ହଜାର ଲୋକ ଗୁରୁତର ଅସୁବିଧାରେ ଅଛନ୍ତି। ଆପଣମାନେ ନିଜ ଛାତିରେ ହାତ ରଖି କହିପାରିବେ କି, ପୀଡିତ ଥିବା ବ୍ୟକ୍ତି ହିନ୍ଦୁ, ମୁସଲମାନ କି ଖ୍ରୀଷ୍ଟିଆନ ହୁଅନ୍ତୁନା କାହିଁକି ସମେସ୍ତେ ଆମ ଭାଇ ଓ ଭଉଣୀ ବୋଲି? ଏହା ଆପଣଙ୍କ ପାଇଁ ଏକ ପରୀକ୍ଷା। ପଣ୍ଡିତ ଜବାହାରଲାଲ ନେହେରୁ କଶ୍ମୀର ଯାଇଥିଲେ, ସେଠାରେ ମଧ୍ୟ ସମାନ ଅବସ୍ଥା। ଶ୍ରୀ ଶାମଲଦାସ ଗାନ୍ଧି ଏବଂ ଧୀବରଭାଇଙ୍କ ଅନୁରୋଧ କ୍ରମେ ସର୍ଦ୍ଦାର ପଟେଲଙ୍କୁ ଜୁନାଗଡ ଯିବାକୁ ପଡିଲା। ଉଭୟ ଜିନ୍ନା ଏବଂ ଭୁଟ୍ଟୋ ରାଗିଛନ୍ତି। କାରଣ ସେମାନେ ଅନୁଭବ କରୁଛନ୍ତି ଯେ ଭାରତ ସରକାର ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ଏବଂ ୟୁନିୟନରେ ଯୋଗଦେବା ପାଇଁ ଜୁନାଗଡ ଉପରେ ଚାପ ପକାଉଛନ୍ତି।

ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସ୍ଥାପନ କରିବା ପାଇଁ ସେମାନଙ୍କ ହୃଦୟରୁ ଘୃଣା ଏବଂ ସନ୍ଦେହ ଦୂର କରିବା ସମସ୍ତଙ୍କ କର୍ତ୍ତବ୍ୟ। ଯଦି ଆପଣମାନେ ଆପଣଙ୍କ ଭିତରେ ଭଗବାନଙ୍କ ଉପସ୍ଥିତିକୁ ଅନୁଭବ କରିବେ ନାହିଁ, ଛୋଟ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱକୁ ଭୁଲିବେ ନାହିଁ, ତେବେ କଶ୍ମୀର କିମ୍ବା ଜୁନାଗଡରେ ସଫଳତା ବୃଥା ପ୍ରମାଣିତ ହେବ। ଭୟରେ ପାକିସ୍ତାନ ପଳାଇଥିବା ସମସ୍ତ ମୁସଲମାନଙ୍କୁ ଫେରାଇ ନ ଆଣିଲେ ଦୀପାବଳି ପାଳନ ହୋଇପାରିବ ନାହିଁ। ପାକିସ୍ତାନ ବି ଭଲରେ ରହିପାରିବ ନାହିଁ, ଯଦି ସମାନ ଭାବେ ପଳାୟନ କରିଥିବା ହିନ୍ଦୁ ଓ ଶିଖମାନଙ୍କୁ ଫେରାଇ ନନିଏ।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YBdeV0m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages