ଜାତୀୟ ଶିକ୍ଷା ଦିବସ: ମଣିଷକୁ ସାମାଜିକ କରାଏ ଶିକ୍ଷା; ଭରେ ସାହସ, ଦିଏ ପ୍ରେରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 10, 2023

ଜାତୀୟ ଶିକ୍ଷା ଦିବସ: ମଣିଷକୁ ସାମାଜିକ କରାଏ ଶିକ୍ଷା; ଭରେ ସାହସ, ଦିଏ ପ୍ରେରଣା

ଶିକ୍ଷା ମାନବର ମାନଦଣ୍ଡ... ଅଜ୍ଞତାକୁ ଦୂର କରି ମଣିଷକୁ ମାନବତ୍ୱର ପରିଚୟ ଦିଏ ଶିକ୍ଷା। ଯଦି ଏ ଶିକ୍ଷା ନଥାନ୍ତା, ବୋଧହୁଏ ମଣିଷ ବଡ଼ ହୋଇଯାଇଥାନ୍ତା ହେଲେ ବିଜ୍ଞ ହୋଇପାରିନଥାନ୍ତ। ମଣିଷକୁ ସାମାଜିକ ପ୍ରାଣୀ ଭାବେ ଜୀବନ-ଯାପନ କରିବାର ଯଦି କିଏ ବାଟ ଦେଖାଇଛି, ତେବେ ସେ ହେଉଛି ଶିକ୍ଷା। 

ଏଥିପାଇଁ ଶିକ୍ଷାର ମହତ୍ତ୍ୱ ବିଷୟରେ ପ୍ରତିଟି ବ୍ୟକ୍ତିଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ 11 ନଭେମ୍ବରକୁ ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଏ। ଆଜି ମଧ୍ୟ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ବାର୍ଷିକୀ। ଆଜାଦଙ୍କ ଜନ୍ମ ବାର୍ଷିକୀ ସହ ଶିକ୍ଷା ଦିବସର ସାମଞ୍ଜସ୍ୟ ରହିଛି। ସେ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ହୋଇଥିବାରୁ ତାଙ୍କ ଜନ୍ମ ଦିବସକୁ ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଉଛି। 

ଏଥିସହ ମହାନ ଶିକ୍ଷାବିତ୍ ତଥା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ମୌଲାନା ଅବୁଲ କଲାମ ଆଜାଦ ଥିଲେ ଅନ୍ୟତମ। ସ୍ୱାଧୀନତା ପରେ ଶିକ୍ଷା କ୍ଷେତ୍ରରେ ଆଜାଦଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଭାରତର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ଏବଂ ଏହାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବାକୁ ଅନେକ କାର୍ଯ୍ୟ କରିଥିଲେ ଆଜାଦ। ସଂକ୍ଷେପରେ କହିବାକୁ ଗଲେ ସେ ଭାରତର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଥିଲେ।

ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ଏବଂ ଶିକ୍ଷାର ମହତ୍ତ୍ୱ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ 2008ରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ 11 ନଭେମ୍ବରକୁ ଜାତୀୟ ଶିକ୍ଷା ଦିବସ ଭାବରେ ଘୋଷଣା କରିଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ବକ୍ତୃତା, ପ୍ରବନ୍ଧ ଲିଖନ ପ୍ରତିଯୋଗିତା, ପୁସ୍ତକ ମେଳା ଏବଂ ଅନ୍ୟାନ୍ୟ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ କରାଯାଏ।

ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷ ଜାତୀୟ ଶିକ୍ଷା ଦିବସର ବିଷୟବସ୍ତୁ "ଏକ ସ୍ଥାୟୀ ଭବିଷ୍ୟତ ପାଇଁ ନବନ୍ୱେଷୀ ଶିକ୍ଷା"(Innovative Learning for a Sustainable Future) ରଖାଯାଇଛି। ଏହି ଥିମ୍ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ଏକ ସ୍ଥାୟୀ ଭବିଷ୍ୟତ ଗଢିବାରେ ଶିକ୍ଷାର ଭୂମିକାକୁ ଆଲୋକିତ କରିବାର ଲକ୍ଷ୍ୟ ରହିଛି।

ଜାତୀୟ ଶିକ୍ଷା ଦିବସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ଯାହା ମାଧ୍ୟମରେ ଶିକ୍ଷାର ମହତ୍ତ୍ୱକୁ ମନେ ପକାଯାଏ। ଶିକ୍ଷା ହେଉଛି ଏକ ଶକ୍ତିଶାଳୀ ସାଧନ, ଯାହା ମାଧ୍ୟମରେ ଆମେ ଆମ ଜୀବନକୁ ଉନ୍ନତ କରିପାରିବା। ଏହା ଆମକୁ ଜ୍ଞାନ, କୌଶଳ ଏବଂ ଦକ୍ଷତା ପ୍ରଦାନ କରେ, ଯାହା ଆମ ଲକ୍ଷ୍ୟ ପୂରଣ କରିବାରେ ଏବଂ ବିଶ୍ୱର ଉନ୍ନତି କରିବାରେ ସାହାଯ୍ୟ କରିଥାଏ। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vCNocrB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages