ବିଷ ବଳୟରେ ଦିଲ୍ଲୀ, ୨ ଦିନ ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଛୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 2, 2023

ବିଷ ବଳୟରେ ଦିଲ୍ଲୀ, ୨ ଦିନ ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଛୁଟି

ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ। ଭିଜିବିଲିଟି କମିଛି, ଶ୍ୱାସକ୍ରିୟାରେ ବି କଷ୍ଟ ହେଉଛି।

ପରିସ୍ଥିତିକୁ ଦେଖି ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଲାଗି ସରକାରୀ ଏବଂ ଘରୋଇ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ କାମ ବ୍ୟାନ୍ କରାଯାଇଛି। ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।

କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି। ଏଥିସହ ଡିଜେଲ୍ ଚାଳିତ ବସ୍ ଓ ଟ୍ରକ୍ ପ୍ରବେଶ ଉପରେ ମଧ୍ୟ ଲାଗିଛି କଟକଣା । କେନ୍ଦ୍ରୀୟ ବାୟୁର ମାନ ପରିଚାଳନା କମିଟି ପକ୍ଷରୁ ଏହି କଟକଣା ଜାରି କରାଯାଇଛି।

ଆଗାମୀ ୧୫ ଦିନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ। ଏୟାର କ୍ୱାଲିଟି ସିଭିୟର ବା ୪ଶହରୁ ଅଧିକ AQI ରେକର୍ଡ ହୋଇଥିବା ଅଞ୍ଚଳରେ ଆଗାମୀ ୫ ଦିନ ପାଇଁ ସମସ୍ତ ନିର୍ମାଣକାମ ବନ୍ଦ କରାଯାଇଛି।

ହରିୟାଣାରୁ ଡିଜେଲ୍ ବସ୍ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇଛି। ଇଭି, ସିଏନଜି ଓ ବିଏସ୍-6 ବସ୍ ଚଳାଚଳ କରିବାକୁ ଗୁରୁତ୍ୱାରୋପ କରାଯାଇଛି। ଠିକାରେ ୧ ହଜାର ସିଏନଜି ବସ୍ ଦିଲ୍ଲୀକୁ ଅଣାଯିବ ବୋଲି ସୂଚନା ମିଳିଛି। ଏଥିସହ ପାଳ ପୋଡ଼ିବା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/7nDV4IM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages