୧୦ ଟଙ୍କା ଅଧିକରେ ବିକୁଥିଲେ ମଦ; ଏବେ ଗଣିବେ ୨୦ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 1, 2023

୧୦ ଟଙ୍କା ଅଧିକରେ ବିକୁଥିଲେ ମଦ; ଏବେ ଗଣିବେ ୨୦ଲକ୍ଷ

ମହଙ୍ଗା ପଡ଼ିଲା ଚଢ଼ା ଦରରେ ମଦବିକ୍ରି କରିବା। ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏହା ସହ ଦୋକାନକୁ ସିଲ୍ କରିଛି ଅବକାରୀ ବିଭାଗ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁର ଅଞ୍ଚଳରେ।

କିଛି ଦିନ ତଳେ ରାମଦାସପୁର ଅଞ୍ଚଳରେରେ ଥିବା ମଦ ଦୋକାନୀ ବୋତଲରେ ଯେତିକି MRP ରହିଛି ତା’ ଠାରୁ ୧୦ ଟଙ୍କା ଅଧିକରେ ଲୋକମାନଙ୍କୁ  ମଦ ବିକ୍ର କରୁଥିଲା। ଲୋକମାନେ ମଧ୍ୟ ୧୦ଟଙ୍କା ଅଧିକ  ଦେଇ ମଦ କିଣିଥିଲେ। 

ପରେ କଟକ ସିଡିଏ ଅଞ୍ଚଳର କିଛି ଗ୍ରାହକ ଏନେଇ କଟକ ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ। ଖାଉଟି ଅଦାଲତ ଘଟଣାର ତଦନ୍ତ କରି ଉକ୍ତ ଦୋକାନୀଙ୍କୁ ୨୦ ଲକ୍ଷ ଟଙ୍କାର ଜୋରିମାନା କରିଥିଲେ। ଏହା ସହିତ କଟକ ଜିଲ୍ଲା ଅବକାରୀ ବିଭାଗ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି।

କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି, ବିଗତ ଦିନ ମାନଙ୍କର ଏପରି  ଘଟଣା ଯେଉଁଠି ହେବ ତା’ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ଦୋକାନ ଉପରେ ଜୋରିମାନା କରାଯିବ। ଏହାସହ ସେହି ଦୋକାନୀ ନାଁରେ ମାମଲା ରୁଜୁ କରାଯିବ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zDMx89c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages