ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ଇଡି ଚଢ଼ାଉ; ୫ କୋଟି ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 2, 2023

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ଇଡି ଚଢ଼ାଉ; ୫ କୋଟି ଜବତ

ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ଚଢ଼ାଉ କରିଛି ଇଡି। ମହାଦେବ ଅନଲାଇନ ବେଟିଂ ଆପ୍ ଲିଙ୍କରେ ଜବତ ହୋଇଛି ପ୍ରାୟ ୫ କୋଟି ନଗଦ ଟଙ୍କା। ଛତିଶଗଡ଼ ରାୟପୁର ଭିଲାଇ ସହରରୁ ୪ କୋଟି ୯୨ ଲକ୍ଷ ଟଙ୍କା ଜବତ କରିଛି ଇଡି।

ଆସନ୍ତା ବିଧାନସଭା ନିର୍ବାଚନରେ ଏକ ଦଳର ସହାୟତା ଲାଗି ମହାଦେବ ବେଟିଂ ଆପର ଜଣେ ପ୍ରମୋଟର ଏହି ଟଙ୍କା କୋରିଅର କରିଥିଲେ । ଛତିଶଗଡ଼ ବିଧାନସଭା ନିର୍ବାଚନରେ ଏହି ଟଙ୍କାର ବ୍ୟବହାର ହୋଇଥାନ୍ତା ବୋଲି ଜଣାଯାଇଛି।

ଇଡିର ସୂଚନା ଅନୁସାରେ ରାୟପୁରରେ ଏକ ହୋଟେଲର ପାର୍କିଂ ଏରିଆରେ ଥିବା ଏକ କାର୍‌ରୁ ୩ କୋଟି ୧୨ ଲକ୍ଷ ଟଙ୍କା ମିଳିଥିଲା। ଏଥିସହ ଭିଲାଇରେ ଏକ ଘରୁ ୧ କୋଟି ୮୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏସବୁ ଟଙ୍କା ୟୁଏଇରୁ ପଠାଯାଇଥିବା ଜଣାପଡ଼ିଛି।

ମହାଦେବ ଆପ୍‌ର କିଛି ବେନାମୀ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଧ୍ୟ ଇଡି ହାତରେ ଲାଗିଛି। ସେସବୁ ଆକାଉଣ୍ଟରେ ୧୦ କୋଟି ଟଙ୍କା ଜମା ରହିଛି।

ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଏହି ଟଙ୍କାର ଡିଲିଭରିରେ କିଛି ସରକାରୀ କର୍ମଚାରୀଙ୍କର ସଂପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ସେମାନଙ୍କୁ ଚିହ୍ନଟ କରାଯାଇସାରିଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vTig14m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages