
ଚଣ୍ଡିଗଡ଼: ୧୨୦ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ହରିୟାଣାର ଫତେହ୍ବାଦ୍ର ତୋହାନା ସ୍ଥିତ ଏକ ମନ୍ଦିରର ଜଣେ ପୂଜକଙ୍କୁ ଶୁକ୍ରବାର ଦିନ ପୁଲିସ୍ ଗିରଫ କରିଛି। ସେ ମହିଳାମାନଙ୍କୁ ଦୁଷ୍କର୍ମ କରୁଥିବାର କିଛି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ବାବା ଅମରପୁରୀ (୬୦)। ସ୍ଥାନୀୟ ଅଞ୍ଚଳରେ ସେ ‘ବିଲ୍ଲୁ’ ନାଁରେ ଜଣାଶୁଣା।
ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସେ ୧୨୦ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି। ସେ ମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ସେମାନଙ୍କ ଭିଡିଓ କରି ରଖୁଥିଲେ ଏବଂ ପରେ ସେଗୁଡ଼ିକୁ ଦେଖାଇ ସେମାନଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ। ଚଢ଼ଉ ବେଳେ ତାଙ୍କ ଘରୁ ଅନେକ ଆପତ୍ତିଜନକ ଜିନିଷ ଜବତ କରାଯାଇଛି।
ବାବା ଅମରପୁରୀ ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା ସେ କହିଛନ୍ତି।
ପୁଲିସ୍ ଏନେଇ ମାମଲା ରୁଜୁ କରିଛି ଓ ତଦନ୍ତ ଜାରି ରଖିଛି। ଉକ୍ତ ଭିଡିଓ କ୍ଲିପ୍ଗୁଡ଼ିକୁ ପୁଲିସ୍ ଯାଞ୍ଚ କରୁଛି।
from OdishaReporter https://ift.tt/2O9efka
No comments:
Post a Comment