ଶୀତ ଦିନେ ସକାଳୁ ପିଅନ୍ତୁ ମିଶିରି, ଭୂଷି ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ଶୀତ ଦିନେ ସକାଳୁ ପିଅନ୍ତୁ ମିଶିରି, ଭୂଷି ପାଣି

water

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସିଲାଣି ଶୀତ ଋତୁ। ଏବେ କନ୍ଥା କମଳ ଘୋଡ଼ିଘାଡ଼ି ହୋଇ ସକାଳ ୯ଟା ଯାଏ ଶୋଇଲେ ବି ଉଠିବାକୁ ଇଛା ହେଉ ନଥିବ। ମନ କହୁଥିବ ଆଉଟିକେ ଶୁଅନ୍ତି କି….

ଆମେ ସାଧାରଣତଃ ଅନୁଭବ କରିଥିବା ଯେ, ଏଇ ଶୀତ ଦିନେ ହିଁ ଦେହ ପ୍ରାୟତଃ ଉଷୁମ ଥାଏ। ପେଟ ଗରମ ରହେ। ଏହାର ଏକ ପ୍ରମୁଖ କାରଣ ହେଲା ଖରାଦିନ ଅପେକ୍ଷା ଶୀତ ଦିନେ ଆମେ ପାଣି ପିଇବା ମାତ୍ରା କେମାଇ ଦେଇ ଥାଉ।

ସେ ଯାହା ହେଉ ଚାଲନ୍ତୁ ଆଜି ଜାଣିବା ଏଇ ଶୀତ ଦିନେ ସକାଳୁ ସକାଳୁ ମିଶିରି ଓ ଭୂଷି ପାଣି ପିଇଲେ ଆମକୁ କେଉଁ ଫାଇଦା ମିଳିବ।

ପୂର୍ବ ରାତିରେ ଦେଢ଼ରୁ ଦୁଇ ଗ୍ଲାସ୍‌ ପାଣିରେ ୧/୨ ଚାମଚ୍‌ ଭୂଷି ଏବଂ ଖଣ୍ଡେ ଦୁଇ ଖଣ୍ଡ ମିଶିରି ପକେଇ ମାଟି କିମ୍ବା ପିତଳ ପାତ୍ରରେ ରଖିଦେଲେ ତାହା ସକାଳକୁ ପିଇବା ଉପଯୁକ୍ତ ହୋଇଯାଇଥିବ।

– ଏହା ପେଟକୁ ଥଣ୍ଡା ରଖିଥାଏ। ଫଳରେ ଶୀତ ଦିନେ ପେଟ ଗରମ ହେବାର ଆଶଙ୍କାକୁ ଦୂର କରି ଦେଇ ଥାଏ।

– ଡାକ୍ତରଙ୍କ କହିବା ଅନୁସାରେ ଭୂଷି ମିଶିରି ପାଣି ପିଇଲେ ଏହା କନଷ୍ଟିପେଶନ ବା କୋଷ୍ଠକାଠିନ୍ୟ ସମ୍ଭାବନାକୁ ଏଡାଇ ଦିଏ।

– ଅନେକ ସମୟରେ ଆମେ ଦେଖିଛେ ଯେ ପେଟ ଗରମ ହୋଇଥିଲେ ପରିସ୍ରାର ରଙ୍ଗ ହଳଦିଆ ହୋଇଯାଏ। ନିୟମିତ ମିଶିରି ଭୂଷି ପାଣି ପିଇଲେ ଏଭଳି ସମସ୍ୟା ଦୂର ହୋଇଯାଏ। ବିଶେଷ କରି ଶୀତ ଦିନେ ଏହି ସମସ୍ୟା ଦେଖା ଦେଇଥାଏ।

– ଏହା ତରଳ ଝାଡ଼ା ପାଇଁ ମଧ୍ୟ ଏକ ପ୍ରତିଷେଧକ ଭାବେ କାର୍ଯ୍ୟ କରିଥାଏ।

– ବର୍ତ୍ତମାନ ମେଦବହୁଳତା ଆଧୁନିକ ଜୀବନ ଶୈଳୀର ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଏହି ମିଶିରି ଓ ଭୂଷି ପାଣି ଏହାକୁ ନିୟନ୍ତ୍ରଣ କରିଥାଏ।

– ଖାଦ୍ୟ ପେୟରେ ଅନିୟମିତତା ବର୍ତ୍ତମାନ ଅମ୍ଳ ବା ଏସିଡିଟିର ଏକ ପ୍ରମୁଖ କାରଣ ହୋଇଥିବା ବେଳେ ମିଶିରି ଭୂଷି ପାଣିରେ ଏହା ଉପଚାର ହୋଇ ପାରିବ।



from Odisha Reporter https://ift.tt/2QvJKFW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages