
ଲକ୍ଷ୍ମୌ: ସାଧାରଣ ନର୍ବାଚନରେ ମତଦାନକୁ ଆଉ ଅଳ୍ପ ଦିନ ବାକିଥିବାବେଳେ ଉତ୍ତର ପ୍ରଦେଶରେ ବିଏସପି ଓ ରାଷ୍ଟ୍ରୀୟ ଲୋକଦଳକୁ ଝଟକା ଦେଇଛି କଂଗ୍ରେସ। ବହୁଜନ ସମାଜବାଦୀ ପାର୍ଟିର ୩ ବିଧାୟକ ସମେତ ଅନେକ ଦଳୀୟ କର୍ମୀ କଂଗ୍ରେସରେ ଯୋଗଦେଇଛନ୍ତି।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ନିର୍ବାଚନ ପରିଚାଳନା ପାଇଁ କଂଗ୍ରେସ ଦ୍ୱାରା ନିଯୁକ୍ତ ହୋଇଥିବା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଷ୍ଟ୍ରୀୟ ଲୋକଦଳର ବିଧାୟକ ଚୈଧୁରୀଙ୍କୁ ଦିଲ୍ଲୀ ଡକାଇ ପ୍ରିୟଙ୍କାଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସରେ ଯୋଗଦେଇଛନ୍ତି।
ସୂଚନାଯୋଗ୍ୟ, ଚଳିତ ଲୋକସଭା ନିର୍ବାଚନ ପାଇଁ ଏସପି-ବିଏସପି ଓ ଅନ୍ୟାନ୍ୟ ଦଳଙ୍କୁ ନେଇ ମେଣ୍ଟ ହୋଇଛି। ତେବେ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଆସନରେ ଏସପି-ବିଏସପି ପ୍ରାର୍ଥୀ ଦେବନି ବୋଲି ସ୍ଥିର ହୋଇଛି। କଂଗ୍ରେସ ମଧ୍ୟ ୯ଟି ସ୍ଥାନରେ ଏସପି-ବିଏସପି ଦେଇଥିବା ପ୍ରାର୍ଥୀଙ୍କ ସ୍ଥାନରେ ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିଥିଲା। ଅବଶ୍ୟ, କଂଗ୍ରେସର ଏହି ଉପହାରକୁ ପ୍ରତ୍ୟାଖ୍ୟାନ କରିଥିଲେ ବିଏସପି ସୁପ୍ରିମୋ ମାୟାବତୀ।
from Odisha Reporter https://ift.tt/2HVjXG3
No comments:
Post a Comment