
ମୁମ୍ବାଇ: ଜଣେ ପରେ ଜଣେ ଷ୍ଟାରକିଡ୍ ବଲିଉଡ୍ରେ ପାଦ ଥାପି ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ରଣବୀର କପୁର ଓ ସୋନମ କପୁର ପରି ଷ୍ଟାରକିଡ୍ସଙ୍କୁ ଲଞ୍ଚ୍ କରିବା ପରେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ଏବେ ଆଉ ଜଣେ ଷ୍ଟାର କିଡ୍ଙ୍କୁ ଲଞ୍ଚ୍ କରିବାକୁ ଯାଉଛନ୍ତି। ଲୋକପ୍ରିୟ ଅଭିନେତ୍ରୀ ପୁନମ୍ ଢିଲୋନ୍ ଓ ପ୍ରଡ୍ୟୁସର ଅଶୋକ ଠାକେରିଆଙ୍କ ପୁଅ ଅନମୋଲ୍ ଠାକେରିଆଙ୍କୁ ବଲିଉଡରେ ଲଞ୍ଚ୍ କରିବେ ସଞ୍ଜୟ।
ସୂଚନା ଅନୁଯାୟୀ, ସଞ୍ଜୟ ଅନମୋଲ୍ଙ୍କୁ ଏକ ବଡ଼ ପ୍ରୋଜେକ୍ଟରେ ନେଇଛନ୍ତି। ଏ ଯାଏ ପ୍ରୋଜେକ୍ଟର ନାଁ ଦିଆଯାଇ ନାହିଁ। ହେଲେ ଏହାର ସୁଟିଂ ଲଣ୍ଡନରେ ଆରମ୍ଭ ହୋଇସାରିଲାଣି। ବର୍ତ୍ତମାନ ଏହି ଫିଲ୍ମ ପାଇଁ ମୁଖ୍ୟ ନାୟିକା ଖୋଜା ଚାଲିଛି। ପୂର୍ବରୁ ଅନମୋଲଙ୍କ ଡେବ୍ୟୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ହେଲେ ନିକଟରେ ପୁନମ ଢିଲୋନ୍ ନିଜେ ଏକ ଟ୍ୱିଟ୍ କରି ଏହି କଥା ଜଣାଇଛନ୍ତି। ଏହି ଫିଲ୍ମ ପାଇଁ ଭଂସାଲୀ ଟି-ସିରିଜ୍ ସହ ହାତ ମିଳାଇଛନ୍ତି।
from OdishaReporter https://ift.tt/2NT22z8

No comments:
Post a Comment