ନଡ଼ିଆକୋରା ମାଂସ ତରକାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ନଡ଼ିଆକୋରା ମାଂସ ତରକାରି

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଅଦା ବଟା, ରସୁଣ ବଟା, ଜିରା, ଧନିଆ ଓ ତେଜ ପତ୍ର ବଟା, ଲୁଣ, ନଡ଼ିଆକୋରା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କାଜୁ ପେଷ୍ଟ୍‌, ତେଲ, ପିଆଜ କଟା, କଞ୍ଚା ଲଙ୍କା ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଜିରା, ଧନିଆ ଓ ତେଜପତ୍ର ବଟା ପକାଇ ଗୋଳାଇ ଦିଅନ୍ତୁ। ଏବେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ବଟା, ରସୁଣ ବଟା ପକାଇ ଅଳ୍ପ କଷନ୍ତୁ। ତା’ପରେ ନଡ଼ିଆ କୋରା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ମାଂସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳେଇ ଦିଅନ୍ତୁ। ଅଳ୍ପ ସମୟ କଷିବା ପରେ ସେଥିରେ ପାଣି ଦେଇ ଏକ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ ଓ ମାଂସକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ମାଂସ ସିଝିବା ପରେ ସେଥିରେ କାଜୁ ପେଷ୍ଟ୍‌ ପକାନ୍ତୁ। ଏଥିରେ ଅଧିକ ଝୋଳ ରଖିବେ ନାହିଁ। ତରକାରି ବହଳିଆ ବହଳିଆ ହେବ। ତେଣୁ ପାଣି ଦେଲା ବେଳେ ଏକା ଥରକେ ଅଧିକ ପକାଇବେ ନାହିଁ। ମାଂସ ସିଝି ଯିବା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ତା’ ଉପରେ ଲମ୍ବା ଲମ୍ବା କରି କଟା ଯାଇଥିବା କଞ୍ଚାଲଙ୍କା ଓ ଧନିଆ ପତ୍ରକୁ ରଖି ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ନଡ଼ିଆକୋରା ମାଂସ।



from OdishaReporter https://ift.tt/2LMtZIt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages