ଜନ୍ମବେଦୀରେ ତିନି ଠାକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଜନ୍ମବେଦୀରେ ତିନି ଠାକୁର

ପୁରୀ (ଓଡ଼ିଶା ରିପୋର୍ଟର): ରଥ ଉପରୁ ଜନ୍ମବେଦୀକୁ ବିଜେ କରୁଛନ୍ତି ଶ୍ରୀଜିଉ। ଶରଧାବାଲିରେ ରହିଥିବା ତିନି ରଥରୁ ଆଜି ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ବେଦୀକୁ ନିଆଯାଇଛି। ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ବିଜେ କରାଯିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରାଯାଇଥିଲା। ଏହାପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଇଛି। ଆଡ଼ପ ପହଣ୍ଡି ଦେଖିବା ପାଇଁ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହିଛି।

ଆଡ଼ପ ମଣ୍ଡପରେ ବିଜେ କରିବା ପରେ ଆସନ୍ତାକାଲିଠାରୁ ଭକ୍ତଙ୍କୁ ମିଳିବ ଆଡପ ଅବଢ଼ା। ସେପଟେ ଜନ୍ମବେଦୀରେ ଦର୍ଶନ ପାଇଁ ମଧ୍ୟ ଲାଗିବ ଗହଳି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।



from OdishaReporter https://ift.tt/2NfKSLO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages