
ବାଲେଶ୍ୱର (ରଣଜୀତ୍ ପାକଳ): ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଓଡ଼ଙ୍ଗୀ ଗାଁରେ ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଘରୋଇ କଳହରୁ ଜଣେ ବ୍ୟକ୍ତି ତା ସ୍ତ୍ରୀର ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି। ଆହତ ମହିଳାଙ୍କ ନାଁ ଅଞ୍ଜଳି ଦାସ।
ଏନେଇ ଅଞ୍ଜଳିଙ୍କ ଭାଇ ଖବର ପାଇବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି।
ପୁଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତକୁ ପୁଲିସ୍ ସଦର ଥାନାରେ ଅଟକ ରଖିଛି।
from OdishaReporter https://ift.tt/2NSGYc3
No comments:
Post a Comment