କ୍ଷମା ମାଗିଲେ ଜୁଏଲ୍‌ ଓରାମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

କ୍ଷମା ମାଗିଲେ ଜୁଏଲ୍‌ ଓରାମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ କରି ବ୍ରିଟେନ୍‌ ପଳାଇଥିବା ବିଜୟ ମାଲ୍ୟାଙ୍କୁ ‘ସ୍ମାର୍ଟ’ କହି ବିବାଦରେ ଫସି ଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଶେଷରେ ଭୁଲ୍ ମାଗିଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ନ୍ୟାସ୍‌ନାଲ୍‌ ଟ୍ରାଇବାଲ୍‌ ଏଣ୍ଟର୍‌ପ୍ରିନ୍ୟୁୟର୍‌ କନ୍‌କ୍ଲେଭ୍‌ରେ ଯୋଗ ଦେବା ଅବସରରେ ଜୁଏଲ୍ ତାଙ୍କୁ  ‘ସ୍ମାର୍ଟ’ ବୋଲି କହିଥିଲେ। ଏପରିକି ମାଲ୍ୟାଙ୍କ ସ୍ମାର୍ଟନେସ୍‌କୁ ସେ ବେଶ୍ ତାରିଫ କରିଥିଲେ। ତେବେ ତାଙ୍କର ଏଭଳି ମନ୍ତବ୍ୟକୁ ସମାଲୋଚନା କରାଯିବା ପରେ ସେ କ୍ଷମା ମାଗିଛନ୍ତି।

ଏନେଇ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇ ଜୁଏଲ୍‌ କହିଛନ୍ତି,“ମାଲ୍ୟାଙ୍କ ନାଁ ଭୁଲ୍‌ରେ କହି ଦେଇଥିଲି। ମାଲ୍ୟାଙ୍କ ବଦଳରେ ମୁଁ ଟାଟା, କିମ୍ବା ବିର୍ଲାଙ୍କ ନାମ ନେବା କଥା। ହେଲେ ଭୁଲ୍‌ରେ ମୁଁ ମାଲ୍ୟାଙ୍କ ନାଁ ନେଇଥିବାରୁ ଏଥିପାଇଁ କ୍ଷମା ମାଗୁଛି।”

 



from OdishaReporter https://ift.tt/2NV60IG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages