ମୃତ୍ୟୁ ସାର୍ଟିଫିକେଟ ପାଇଁ ୮ ବର୍ଷ ଧରି ସଂଘର୍ଷ କରୁଛନ୍ତି ୨୦ ପରିବାର , ତଥାପି ପ୍ରଶାସନ କହୁଛି ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ମୃତ୍ୟୁ ସାର୍ଟିଫିକେଟ ପାଇଁ ୮ ବର୍ଷ ଧରି ସଂଘର୍ଷ କରୁଛନ୍ତି ୨୦ ପରିବାର , ତଥାପି ପ୍ରଶାସନ କହୁଛି ନା

ହାଓଡ଼ା: ପ୍ରଶାସନିକ ଚରମ ଅବହେଳାର ନଗ୍ନ ନମୁନା। ୮ ବର୍ଷ ହେଲା ନ୍ୟାୟ ପାଉନାହାନ୍ତି ପୀଡ଼ିତଙ୍କ ପରିବାର।  ବହୁ ଚର୍ଚ୍ଚିତ ଜାନେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାକୁ ୮ ବର୍ଷ ବିତିଗଲାଣି। ହେଲେ ଆଜି ଯାଏଁ ମୃତକଙ୍କ ପରିବାରକୁ ମିଳିଲାନି ମୃତ୍ୟୁ ସାର୍ଟିଫିକେଟ।  ପଶ୍ଚିମବଙ୍ଗରେ ୨୦୧୦ ମେ’ ମାସରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ୧୪୮ ଜଣ ପ୍ରାଣ ହରାଇଥିଲେ।  କିନ୍ତୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣଙ୍କ ପରିବାର ଆଜିଯାଏ ମୃତ୍ୟୁକାଳୀନ  ପ୍ରମାଣପତ୍ର ପାଇପାରିଲେ ନାହିଁ। ଏହି ପ୍ରମାଣପତ୍ର ପାଇଁ ବାରମ୍ବାର ପ୍ରଶାସନ ନିକଟକୁ ଦଉଡ଼ି ଦଉଡ଼ି ନିରାଶ ହେବା ପରେ ଏବେ ସେମାନେ କୋର୍ଟର ଦ୍ୱାରସ୍ଥ ହେବା ପାଇଁ  ନିଷ୍ପତ୍ତି ନେଇଛନ୍ତି। ୨୦୧୦ ମେ’ ୨୮ ତାରିଖର ମଧ୍ୟରାତ୍ରରେ ପଶ୍ଚିମବଙ୍ଗର ଖେମାଶୁଳି ଏବଂ ସାରଧିଅ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା।

ମୁମ୍ବାଇ ଅଭିମୁଖେ ଯାଉଥିବା ଏହି ଟ୍ରେନ୍‌ ସେଦିନ ରାତିରେ ଟ୍ରାକ୍‌ରୁ ଓଲଟି ପଡ଼ିଥିଲା। ଏଥିରେ ପ୍ରାୟ ୧୪୮ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।  ୨୦୦ରୁ ଅଧିକ ଆହତ ହୋଇଥିଲେ। ତେବେ ଏହି ଟ୍ରେନ୍‌ ଦୁର୍ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ତଦନ୍ତରୁ ଜଣାପଡ଼ିଥିଲା। ମାଓବାଦୀମାନେ ଟ୍ରାକ୍‌ଟିକୁ ଦୁର୍ବଳ କରିଦେଇଥିବାରୁ ଏକ୍ସପ୍ରେସଟି ଓଲଟି ପଡ଼ିଥିଲା ବୋଲି ତଦନ୍ତ କରି ପୁଲିସ ରିପୋର୍ଟ ଦେଇଥିଲା। ତେବେ ଘଟଣାର ୮ ବର୍ଷ ପରେ ମଧ୍ୟ ପୀଡ଼ିତଙ୍କ ପରିବାର ଅବହେଳିତ ଅବସ୍ଥାରେ ଗତି କରୁନ୍ତି। ସରକାରୀ ସହାୟତା ମିଳିବା ତ’ ଦୂରର କଥା ଏଯାଏଁ ମୃତକଙ୍କ ପରିବାରକୁ ମୃତ୍ୟ ସାର୍ଟିଫିକକେଟ ସୁଦ୍ଧା ମିଳି ନାହିଁ।  ତେବେ ଏନେଇ ୪ଟି ପରିବାର ସଦସ୍ୟ କୋର୍ଟର ଦ୍ୱାରସ୍ଥ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏ ସମ୍ପର୍କରେ ସେମାନଙ୍କ ଓକିଲ  ତୀର୍ଥଙ୍କର ଭକତ୍‌ କହିଛନ୍ତି ଯେ, ଖୁବ୍‌ ଶ୍ରୀର୍ଘ ଏନେଇ ସେ କୋର୍ଟରେ ଆବେଦନ କରିବେ। ଏ ସଂକ୍ରାନ୍ତରେ ସରକାର ଓ ରେଲୱେକୁ ପକ୍ଷଭୁକ୍ତ କରାଯିବ ବୋଲି ସେ  କହିଛନ୍ତି।  ମୃତ୍ୟୁ ସାର୍ଟିଫିକେଟ ନଥି ବାରୁ ସେମାନେ ସରକାରୀ ସହାୟତା ପାଇଁ ଆବେଦନ କରିପାରୁ ନାହାନ୍ତି।  ଅନ୍ୟପକ୍ଷରେ ଦୁର୍ଘଟଣାରେ ମୃତକଙ୍କ ପରିବାରର ସଦସ୍ୟଙ୍କୁ ଚାକିରୀ ଯୋଗାଇ ଦିଆଯିବ ବୋଲି ସେତେବେଳେ ରେଲୱେ ପକ୍ଷରୁ ଘୋଷଣା କରାଯାଥିଲା। ଏନେଇ ପୀଡ଼ିତଙ୍କ ପରିବାର ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲା ପ୍ରଶାସନ ପାଖକୁ ଯାଇ ବାରମ୍ବାର ଗୁହାରି  କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନି। ଜୁଥିକ ଆତା ନାମ୍ନୀ ଜଣେ ମହିଳା କହିଛନ୍ତି ଯେ, ଉକ୍ତ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କ ପ୍ରାଣ ଚାଲି ଯାଇଥିଲା। ହେଲେ ସ୍ୱାମୀଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇଁ ସେ ବିଗତ ୮ ବର୍ଷ ହେଲା ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ରେଲୱେ ମନ୍ତ୍ରୀ ଥିବା ମମତା ବାନାର୍ଜୀଙ୍କୁ ଭେଟିବାକୁ  ପ୍ରୟାସ କରିଥିଲି ମଧ୍ୟ ମତେ ସେ ସୁଯୋଗ ଦିଆଗଲାନି ବୋଲି ଶ୍ରୀମତି ଆତା କହିଛନ୍ତି।

ଅନ୍ୟପକ୍ଷରେ ଏନେଇ ଦକ୍ଷିଣପୂର୍ବ ରେଲୱେର ମୁଖପାତ୍ର ସଞ୍ଜୟ ଘୋଷ କରିଛନ୍ତି ଯେ,  ମୃତ୍ୟୁ ପ୍ରମାଣପତ୍ର ଦେବା ରାଜ୍ୟ ସରକାରଙ୍କ କାମ। କିନ୍ତୁ  ପୀଡ଼ିତଙ୍କ ପରିବାର ପକ୍ଷରୁ ଦିଆଯାଉଥିବା କାଗଜପତ୍ରକୁ  ବୋଧହୁଏ ପ୍ରଶାସନ ବିଶ୍ୱାସକୁ ନେଇପାରୁ ନ ଥିବ। ସେପଟେ ୮ ବର୍ଷ ପରେ ଉଭୟ ରେଲୱେ ଓ ରାଜ୍ୟ ସରକାରଙ୍କ ଠାରୁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବାରୁ ପୀଡ଼ିତଙ୍କ ପରିବାର କୋର୍ଟରେ ନ୍ୟାୟ ଆବେଦନ କରିବେ।

ସୌଜନ୍ୟ: ହିନ୍ଦୁସ୍ଥାନ ଟାଇମ୍‌ସ୍‌



from OdishaReporter https://ift.tt/2NeLfXa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages