
ନୂଆଦିଲ୍ଲୀ: ଛୋଟ ପରଦାରେ ଘରର ମୁଖିଆ ତଥା ଜେଜେ ମା’ ଭୂମିକାରେ ଅଭିନୟ କରୁଥିବା ଚର୍ଚ୍ଚିତ ଅଭିନେତ୍ରୀ ରୀତା ଭାଦୁଡ଼ିଙ୍କ ସୋମବାର ପରଲୋକ ହୋଇଛି। ମୃତ୍ୟୁ ପୂର୍ବରୁ ସେ ସିରିଏଲ୍ ‘ନିମ୍କି ମୁଖିଆ’ରେ ଇମର୍ତ୍ତି ଦେବୀ ଚରିତ୍ରରେ ଅଭିନୟ କରୁଥିଲେ।
ଛୋଟ ପାରଦାକୁ ଆସିବା ଆଗରୁ ସେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି। ତାଙ୍କର ମୃତ୍ୟୁରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ରିପୋର୍ଟ ଅନୁଯାୟୀ କିଛିଦିନ ହେବ ରୀତାଙ୍କ ଶରୀର ଅସୁସ୍ଥ ଥିଲା। ତାଙ୍କର କିଡ୍ନୀ ସମସ୍ୟା ଥିବା ଡାକ୍ତର ପରୀକ୍ଷା ପରେ ଜଣାଇଥିଲେ। ଏହା ପରେ ମଧ୍ୟ ସେ ସୁଟିଂ ସେଟ୍ରେ ଉପସ୍ଥିତ ରହି ଅଭିନୟ କରୁଥିଲେ ଏବଂ ସମୟ ମିଳିଲେ ବିଶ୍ରାମ ନେଉଥିଲେ। ରୀତା ଟେଲିଭିଜନ ସିରିଏଲ୍ ସାରା ଭାଇ ଭର୍ସେସ୍ ସାରା ଭାଇ, ଅମାନତ, ଏକ ନୟୀ ପେହ୍ଚାନ୍ ଏବଂ ଅନେକ ବାଇବେଲ୍ କାହାଣୀରେ ଅଭିନୟ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ଅଭିନେତା ଶିଶିର ଶର୍ମା ନିଜ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି।
from OdishaReporter https://ift.tt/2utEolD
No comments:
Post a Comment