ଚାକିରିର ପ୍ରଥମ ଦିନରେ ବିଳମ୍ବ ହୋଇଯିବ ବୋଲି ରାତିରେ ୩୨ କି.ମି. ଚାଲିଲେ; ଖୁସି ହୋଇ ମାଲିକ ଦେଲେ ଏମିତି ଉପହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଚାକିରିର ପ୍ରଥମ ଦିନରେ ବିଳମ୍ବ ହୋଇଯିବ ବୋଲି ରାତିରେ ୩୨ କି.ମି. ଚାଲିଲେ; ଖୁସି ହୋଇ ମାଲିକ ଦେଲେ ଏମିତି ଉପହାର

gift_car

ନ୍ୟୁୟର୍କ: ଆମେରିକାର ଅଲ୍‌ବାମାରେ ରହନ୍ତି ୨୦ ବର୍ଷୀୟ ଯୁବକ ୱାଲ୍‌ଟର୍‌।ନିକଟରେ ସେ ତାଙ୍କ ଚାକିରି ଜୀବନ ଆରମ୍ଭ କରିଛନ୍ତି। ଚାକିରିରେ ଯୋଗ ଦେବା ପାଇଁ ସେ ବହୁତ ଉତ୍ସାହିତ ଥିଲେ। ପ୍ରଥମ ଦିନ ସେ ଅଫିସ୍‌ରେ ବିଳମ୍ବରେ ପହଞ୍ଚିବାକୁ ଚାହୁଁ ନ ଥିଲେ। କାରଣ ଘରଠାରୁ ଅଫିସ୍ ୩୨ କିଲୋମିଟର ଥିଲା ଓ ତାଙ୍କ କାର୍ ବି ଖରାପ ହୋଇପଡ଼ିଥିଲା।  ତେଣୁ ସେ ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ ନିଷ୍ପତ୍ତି ନେଲେ ରାତିରେ ଚାଲି ଚାଲି ଅଫିସ୍ ଅଭିମୁଖେ ଯାତ୍ରା କରିବେ। ଆଉ ବାଟରେ କାହାକୁ ଲିଫ୍ଟ୍‌ ମାଗି ପଳାଇବେ।

ଯେଉଁ ଦିନ ପ୍ରଥମ କରି ସେ ଅଫିସ୍‌ରେ ଯୋଗ ଦେବାର ଥିଲା, ତା’ପୂର୍ବ ରାତିରୁ ସେ ଚାଲିବା ଆରମ୍ଭ କଲେ। ଶୂନ୍‌ଶାନ୍‌ ରାତିରେ ରାସ୍ତାରେ ସେ କୌଣସି ପ୍ରକାର ସାହାଯ୍ୟ ପାଇପାରିଲେନି। ଟ୍ୟାକ୍ସିଟିଏ ବି ମିଳିଲାନି। ତେଣୁ ସେ ଆଗକୁ ଆଗକୁ ଚାଲିଲେ। ଭୋର୍ ପ୍ରାୟ ୪ଟା ବେଳକୁ ସେ ପେଲ୍‌ହାମ୍ ଅଞ୍ଚଳରେ ପହଞ୍ଚିଲେ। ସେତେବେଳକୁ ସେ ୩୨ କିଲୋମିଟର ରାସ୍ତା ଅତିକ୍ରମ କରି ସାରିଥିଲେ। ପେଲ୍‌ହାମ୍ ଅଞ୍ଚଳରେ ପାଟ୍ରୋଲିଂ ପୁଲିସ୍ ତାଙ୍କୁ ପଚରାଉଚରା କରିବା ପରେ ଜଳଖିଆ ଖାଇବାକୁ ଦେଇଥିଲା ଓ ତାଙ୍କୁ ଅଫିସ୍‌ରେ ନେଇ ଛାଡ଼ିଥିଲା।

ୱାଲ୍‌ଟର୍ ସକାଳେ ଅଫିସ୍‌ରେ ପହଞ୍ଚିବା ପରେ ସେଠାରେ କାମ କରୁଥିବା ଜେନୀ ଲେମୀ ଏବଂ ତାଙ୍କ ସ୍ୱାମୀ ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ। ହେଲେ ୱାଲ୍‌ଟର୍‌ ବିଶ୍ରାମ ନ ନେଇ କାମରେ ଲାଗି ପଡ଼ିଥିଲେ। କାମ ପ୍ରତି ୱାଲ୍‌ଟର୍‌ଙ୍କ ନିଷ୍ଠା ଜେନୀଙ୍କୁ ଖୁବ୍ ପ୍ରଭାବିତ କଲା। ତା’ପରେ ସେ ଫେସ୍‌ବୁକ୍‌ରେ ‘ଗୋଫଣ୍ଡମି’ ନାଁରେ ଏକ ପେଜ୍‌ ତିଆରି କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ପେଜ୍‌ ଜରିଆରେ ୮ ହଜାର ଡଲାର୍‌ (ପ୍ରାୟ ସାଢ଼େ ୫ ଲକ୍ଷ) ଯୋଗାଡ଼ ହୋଇସାରିଛି। ଜେନୀ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ଲେଖିଛନ୍ତି ଯେ କ୍ୟାଟ୍ରିନା ବାତ୍ୟାରେ ୱାଲ୍‌ଟର୍‌ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଏହା ପରେ ସେ ତାଙ୍କ ମାଆଙ୍କ ସହିତ ଲୁଇସିୟାନାରୁ ଅଲ୍‌ବାମା ଚାଲି ଆସିଥିଲେ। ସେ ଆମେରିକା ନୌସେନାରେ ସାମିଲ ହେବାକୁ ଚାହୁଁଛନ୍ତି।

ୱାଲ୍‌ଟର୍‌ଙ୍କର କାମ ପ୍ରତି ନିଷ୍ଠା ଦେଖି ତାଙ୍କ କମ୍ପାନୀର ମାଲିକ ଲୁକ୍‌ ମାର୍କଲିନ୍‌ ତାଙ୍କୁ ନିଜ କାର୍‌ ଉପହାରରେ ଦେଇଛନ୍ତି।



from OdishaReporter https://ift.tt/2msOnTN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages