ଚୁଟି ରଙ୍ଗ କରୁଛନ୍ତି କି? ତା’ହେଲେ ଜାଣନ୍ତୁ ଅଧିକ ଦିନ ଯାଏ ରଙ୍ଗ କେମିତି ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଚୁଟି ରଙ୍ଗ କରୁଛନ୍ତି କି? ତା’ହେଲେ ଜାଣନ୍ତୁ ଅଧିକ ଦିନ ଯାଏ ରଙ୍ଗ କେମିତି ରହିବ

ଆଜିକାଲି ପ୍ରାୟ ସମସ୍ତେ ଚୁଟିକୁ ରଙ୍ଗ କରିବାକୁ ଚାହୁଁଛନ୍ତି। ବିଶେଷ କରି ଯୁବପିଢ଼ି ଚୁଟିକୁ ରଙ୍ଗ କରିବାକୁ ଚାହୁଁଛନ୍ତି।  ଏହା ଦ୍ୱାରା ଚୁଟି ଅଧିକ ସୁନ୍ଦର ଦେଖାଯାଏ। ତା’ସହିତ ଏହା ଲୁକ୍ ମଧ୍ୟ ବଦଳାଇ ଦିଏ। ତେବେ ଆପଣଙ୍କ ଚୁଟିରେ ରଙ୍ଗ କେମିତି ଅଧିକ ଦିନ ରହିବ ସେ ବିଷୟରେ ଜାଣିଛନ୍ତି? ନିମ୍ନଲିଖିତ କଥାଗୁଡ଼ିକ ଉପରେ ଧ୍ୟାନ ଦେଲେ ଆପଣ ଚୁଟିରେ ଲଗାଉଥିବା ରଙ୍ଗ ଅଧିକ ଦିନ ଯାଏ ରହିବ।

୧. ଚୁଟିକୁ ରଙ୍ଗ କରିବା ପୂର୍ବରୁ ଶାମ୍ପୁ କରିବାକୁ ଜମା ଭୁଲନ୍ତୁ ନାହିଁ। ଯଦି ଚୁଟି ତେଲିଆ ରହିଯାଏ, ତେବେ ଏଥିରେ ଭଲ ଭାବେ ରଙ୍ଗ ଲାଗେ ନାହିଁ। ଯଦି ବି ଲାଗି ଯାଏ, ତା’ହେଲେ ଅଧିକ ଦିନ ରହେ ନାହିଁ।

୨. ଯଦି ଆପଣଙ୍କ ଚୁଟିରେ ମେହେନ୍ଦି ଲାଗିଛି, ତେବେ ରଙ୍ଗ କରନ୍ତୁ ନ ଆହିଁ। କାରଣ ମେହେନ୍ଦି ଲାଗିଥିବା ଚୁଟିରେ ରଙ୍ଗ ଭଲ ଭାବେ ଲାଗି ପାରେ ନାହିଁ। ତେଣୁ ଚୁଟିରୁ ମେହେନ୍ଦି ସଂପୂର୍ଣ୍ଣ ଛାଡ଼ି ଯିବା ପରେ ହିଁ ରଙ୍ଗ କରନ୍ତୁ।

୩. ରଙ୍ଗ କରିବା ପରେ ଚୁଟିରେ ହେୟାର ଗ୍ଲସ୍‌ ଲଗାନ୍ତୁ। ଏହା ଦ୍ୱାରା ଚୁଟିରେ ଅଧିକ ଦିନ ଯାଏ ରଙ୍ଗ ରହିବ। ରଙ୍ଗ କରିବା ପରେ ଚୁଟିରେ ୧୦ ମିନିଟ୍‌ ଯାଏଁ ହେୟାର ଗ୍ଲସକୁ ଲଗାନ୍ତୁ।

୩. ଯଦି କୌଣସି ନୂଆ ରଙ୍ଗ ଲଗାଉଛନ୍ତି, ତା’ହେଲେ ପ୍ରଥମେ ଏହାକୁ ନିଜ କହୁଣୀରେ ଲଗାଇ ଦେଖନ୍ତୁ। ୧୫-୨୦ ମିନିଟ୍‌ ଯାଏ ଏହାକୁ ସେମିତି ଛାଡ଼ି ଦିଅନ୍ତୁ। ଯଦି କୁଣ୍ଡେଇ ହୁଏ କିମ୍ବା ଆଉ କିଛି ରିଆକ୍ସନ୍‌ ହୁଏ, ତା’ହେଲେ ସେହି ରଙ୍ଗକୁ ଲଗାନ୍ତୁ ନାହିଁ।

୪. ଚୁଟିରେ ସବୁବେଳେ ଡେମି ପରମାନେଣ୍ଟ୍‌ ହେୟାର କଲର୍ ଲଗାନ୍ତୁ। ଏହା ଅଧିକ ଦିନ ରହେ।

୫.  ରଙ୍ଗିନ୍‌ ଚୁଟିରେ ସବୁବେଳେ କଲର୍‌ ପ୍ରୋଟେକ୍ଟିଭ୍ ଶାମ୍ପୁ ଲଗାନ୍ତୁ। ଏହି ଶାମ୍ପୁ ଲଗାଇଲେ ଆପଣଙ୍କ ଚୁଟିରୁ ରଙ୍ଗ ଧୋଇହୁଏ ନାହିଁ।

୬. ଶାମ୍ପୁ କରିବା ପରେ ଚୁଟିରେ କଣ୍ଡିଶନର୍ ଲଗାଇବାକୁ ଭୁଲନ୍ତୁ ନାହିଁ। ଏହା ଚୁଟିର ଚମକ ବଢ଼ାଇଥାଏ। ଏହା ବ୍ୟତୀତ ଚୁଟିକୁ ଅତିବାଇଗଣି ରଶ୍ମିରୁ ମଧ୍ୟ ବଞ୍ଚାଇଥାଏ। ଯଦି ଆପଣଙ୍କ ଚୁଟି ରୁକ୍ଷ, ତା’ହେଲେ ହେୟାର ସିରମ୍ ବ୍ୟବହାର କରନ୍ତୁ।

୭. ଯଦି ଆପଣ ଚୁଟିକୁ କର୍ଲ କିମ୍ବା ଷ୍ଟ୍ରେଟ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ରଙ୍ଗ କରିବାର ଦୁଇ-ତିନି ସପ୍ତାହ ପୂର୍ବରୁ କରନ୍ତୁ। ଦୁଇଟି ଯାକ ପ୍ରକ୍ରିୟା ଏକା ସହ କରିବା ଦ୍ୱାରା ଅନେକ କେମିକାଲ୍ ଚୁଟିରେ ଲାଗିଯାଏ। ଫଳରେ ଚୁଟି କ୍ଷତିଗ୍ରସ୍ତ ହୋଇଥାଏ।

୮. ସପ୍ତାହରେ ଥରେ ହେୟାର ସ୍ପା କରନ୍ତୁ। ଏହା ଆପଣଙ୍କ ଚୁଟିକୁ ଭଲ ରଖିବା ସହ କଲର୍‌ଫେଡ୍‌ ହେବାରୁ ମଧ୍ୟ ରୋକିଥାଏ।

୯. ନିୟମିତ ସୁଇମିଂ କରୁଥିଲେ ଚୁଟିକୁ ଭଲ ଭାବେ ବାନ୍ଧି ଓ ହେୟାର କ୍ୟାପ୍ ପିନ୍ଧନ୍ତୁ। କାରଣ ସୁଇମିଂ ପୁଲ୍‌ରେ ଥିବା କ୍ଲୋରିନ୍‌ ରଙ୍ଗିନ ଚୁଟିକୁ କ୍ଷତି ପହଞ୍ଚାଇଥାଏ।

୧୦. କେବେ ହେଲେ ଚୁଟିକୁ ଗରମ ପାଣିରେ ଧୁଅନ୍ତୁ ନାହିଁ। ଏହାଦ୍ୱାରା ଚୁଚିର ନମନୀୟତା ଓ ଚମକ ଖରାପ ହେବା ସହ ରଙ୍ଗ ମଧ୍ୟ ଉଡ଼ିଯାଏ। ତେଣୁ ସବୁବେଳେ ଥଣ୍ଡା ପାଣିରେ କିମ୍ବା ଅଳ୍ପ ଉଷୁମ ପାଣିରେ ହିଁ ମୁଣ୍ଡ ଧୁଅନ୍ତୁ।



from OdishaReporter https://ift.tt/2M0t9YC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages