
ନୂଆଦିଲ୍ଲୀ: ବର୍ତ୍ତମାନ ପ୍ଲାଷ୍ଟିକ୍ର ବ୍ୟବହାର ଯୋଗୁ ହେଉଥିବା ପରିବେଶ ପ୍ରଦୂଷଣ ଏବଂ ବିଭିନ୍ନ ରୋଗକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ସମେତ ଦେଶର ୧୧ଟି ରାଜ୍ୟରେ ପ୍ଲାଷ୍ଟିକ୍କୁ ଆଶିଂକ ଭାବେ ବ୍ୟାନ୍ କରାଯାଇଛି। ତେବେ କେବଳ ପ୍ରଶାସନିକ ସ୍ତରରେ ନୁହେଁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ରୋକିବା ପାଇଁ ଜଣେ ବ୍ୟକ୍ତି ଉଦ୍ୟମ ଚଳାଇଛନ୍ତି। ସେ ବିଭିନ୍ନ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟରେ ହେଉଥିବା ପ୍ଲାଷ୍ଟିକ୍ ବ୍ୟବହାରକୁ ରୋକିବା ପାଇଁ ଏକ ନୂତନ ଧରଣର ଚାମଚ ତିଆରି କରିଛନ୍ତି। ଯାହାକୁ ବ୍ୟବହାର କରିସାରିବା ପରେ ଜଣେ ଚୋବାଇ ଖାଇ ମଧ୍ୟ ପାରିବ। ଏହି ଚାମଚକୁ ଗହମ, ଜଅ ଓ ବାଜରାରେ ତିଆରି କରାଯାଇଛି। ଏହାକୁ ବ୍ୟବହାର କରିବା ପରେ ଜଣେ ଚାହିଁଲେ ଖାଇ ପାରିବେ କିମ୍ୱା ଏହାକୁ ଫିଙ୍ଗିଦେଇ ପାରିବେ। ଚାମଚଟି ଖାଦ୍ୟ ଜିନିଷରୁ ପ୍ରସ୍ତୁତ ହୋଇଥିବାରୁ ଏଥିରେ ପରିବେଶ ପ୍ରଦୂଷଣ ହେବାର ସମସ୍ୟା ରହିବ ନାହିଁ।

ସେ ହେଉଛନ୍ତି ନାରାୟଣ ପିସ୍ପତି। ସେ ‘ଇଣ୍ଟର୍ନ୍ୟାସ୍ନାଲ୍ କ୍ରପସ୍ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ୍ ଫର୍ ଦି ସେମି- ଏରିଡ୍ ଟ୍ରପିକସ୍’(ICRISAT)ର ଜଣେ ବୈଜ୍ଞାନିକ। ୨୦୦୬ରେ ନାରାୟଣ ପ୍ଲାଷ୍ଟିକ୍ର ବ୍ୟବହାରକୁ ରୋକିବା ପାଇଁ ଏକ ନୂଆ ଜିନିଷ ବାହାର କରିବା ପାଇଁ ଯୋଜନା କରିଥିଲେ। କେବଳ ଏତିକି ନୁହେଁ ଏହି ଚାମଚ ତିଆରି ମେସିନ୍କୁ ପ୍ରସ୍ତୁତ କରିବା ପାଇଁ ନାରାୟଣ ୬୦ ଲକ୍ଷ ଟଙ୍କା ନିଜ ଗବେଷଣାରେ ଖର୍ଚ୍ଚ କରିଥିଲେ ଏବଂ ପରେ କମ୍ପାନୀ ତିଆରି କରିବା ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତାଙ୍କର ନିଜର ଏକ ହୋଟେଲ୍ ମଧ୍ୟ ରହିଛି। ସେଠାରେ ପ୍ଲାଷ୍ଟିକ୍ ଚାମଚ ବଦଳରେ ଏହି ଚାମଚକୁ ଖାଇବା ଥାଳିରେ ପରଷା ଯାଇଥାଏ। ଏହାକୁ ବ୍ୟବହାର କଲେ ଖାଦ୍ୟ ଖାଇବା ପରେ ବାସନ ଧୋଇବାକୁ ପଡ଼ି ନ ଥାଏ ଏବଂ ଏହା ପରିବେଶକୁ ସୁରକ୍ଷିତ ମଧ୍ୟ ରଖିଥାଏ।

ନାରାୟଣଙ୍କ ପରି ଅନ୍ୟ ଜଣେ ବ୍ୟକ୍ତି ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଗହମରେ ପ୍ଲେଟ୍ ତିଆରି କରିଥିଲେ। ଯାହା ପରିବେଶ ପ୍ରଦୂଷଣ ରୋକିବା ସହିତ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିବ।
from OdishaReporter https://ift.tt/2NzVghC
No comments:
Post a Comment